ପ୍ରମୂଖ ଖବର
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଲୋକଙ୍କୁ ଅଟକାଇ ଡକାୟତି କରିବା ପଡ଼ିଲା ମହଙ୍ଗା; ୩ ଡ଼କାୟତ ଗିରଫ

Published By : Soubhagya Ranjan | June 14, 2025 7:01 PM

Image source: NDTV

ଥୁଆମୂଳ, ୧୪/୦୬: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଥାନା ଅନ୍ତର୍ଗତ ପେରମଞ୍ଜି ରାସ୍ତାରେ ଲୋକଙ୍କୁ ଛୁରି ଦେଖାଇ ଡ଼କାୟତି କରି ଲୁଟ କରିବା ଅଭିଯୋଗରେ କର୍ଲାପାଟ ପୋଲିସ ୩ ଜଣ ଦୁବୃର୍ତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଜଣ ପୁଲିଂପଦର ଗାଁର ବୋଲି ଜଣାପଡ଼ିଛି। ଏମାନେ ହେଲେ ପ୍ରବୀଣ ମାଝୀ(୨୩),ଅକ୍ଷୟ ମାଝୀ(୨୦) ଏବଂ ରୋହିତ ମାଝୀ(୧୯)। ଏହି ତିନି ଜଣ ଯୁବକ ସାଇସୁରୁନି-ପେରମଞ୍ଜି ରାସ୍ତାର ହୁଁକାର୍ ସିଲ୍ ଘାଟି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇ  ଛୁରି ଦେଖାଇ ଟଙ୍କା ପଇସା ଲୁଟ୍‌ କରୁଛନ୍ତି। 

ଶୁକ୍ରବାର ସାଇସୁରୁନି ଗାଁର ମୋହନ ରେଲି ନାମକ ଜଣେ ଯୁବକ ଭବାନୀପାଟଣା ଠାରୁ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଅଟକାଇ ଲୁଟ୍ ଉଦ୍ୟମ କରିବା ସହିତ ମାଡ଼ ମାରିଥିଲେ। ଏତିକିବେଳେ କିଛି ସ୍ଥାନୀୟ ଯୁବକ ତୁରନ୍ତ କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଆହତ ମୋହନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଘଟଣାକୁ ନେଇ ଗୁଣପୁର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀ କର୍ଲାପାଟ ଥାନାରେ ଅଭିଯୋଗ କରିଛନ୍ତି। କର୍ଲାପାଟ ପୁଲିସ କେଶ ନଂ୧୫/୨୫ ରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.