ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଙ୍ଗରଖ ଗାଁରେ ଭୁଜାଲି ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | December 5, 2024 1:48 PM

ଆଳି,୦୫/୧୨: ଅଙ୍ଗରଖ ଗାଁରେ ସଶସ୍ତ୍ର ଡକାୟତି । ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଶ୍ୱଶୁର ଏବଂ ବୋହୂ ଆକ୍ରାନ୍ତ ହୋଇଛନ୍ତି । ପରିବାର ଲୋକଙ୍କୁ ଆକ୍ରମଣ କରି ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟ୍‌ କରି ନେଲେ ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଅଙ୍ଗାରଖ ଗାଁ ଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ପ୍ରଭାକର ପ୍ରଧାନଙ୍କ ଘର । ପରିବାରର ସମସ୍ତ ସଦସ୍ୟ ଘରେ ଟିଭି ଦେଖୁଥିବା ବେଳେ ବୋହୂ ବାହାର ବାରଣ୍ଡାରେ ଗୁରୁବାର ଓଷା ପାଇଁ ଝୋଟି ପକାଉଥିଲେ । ଏହି ସମୟରେ ରାତି ପ୍ରାୟ ୮ ଟା ବେଳେ ୬ ଜଣ ଡକାୟତ ମୁଖା ପିନ୍ଧି ବାଡ଼ି ଓ ଦାଣ୍ଡ ପଟେ ଜଗି ରହିଥିଲେ । ସେମାନେ ଘରେ ପଶିବା ପରେ ପ୍ରଭାକର  ବେକରେ ଭୁଜାଲି ଲଗାଇ ଭୟଭୀତ କରିଥିଲେ । ପରେ ପ୍ରଭାକର ଏବଂ ତାଙ୍କ ବୋହୂ ଅନୁସ୍ମିତାଙ୍କୁ ଖଣ୍ଡା ଭୁଜାଲି  ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ, ଅନୁସ୍ମିତା ଙ୍କ କାନ ରୁ କାନଫୁଲ ଝାମ୍ପିନେବା ସହ ତାଙ୍କ ମୁଣ୍ଡକୁ ଆଘାତ ମଧ୍ୟ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଅନୁସ୍ମିତାଙ୍କ ପ୍ରବଳ ରକ୍ତସ୍ରାବ ହୋଇ ଥିଲା ଏବଂ ସେ ଆହତ ହୋଇଥିଲେ । ପରେ ଘରେ ଥିବା ଆଲମାରୀ ଓ ବାକ୍ସ ଭାଙ୍ଗି ଲୁଟ୍‌ କରିଥିଲେ । ପାଖାପାଖି ୪ ଲକ୍ଷରୁ ୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ପଚାଶହଜାର ଟଙ୍କା ଲୁଟେରା ମାନେ ଲୁଟ୍‌ କରି ନେଇଥିଲେ । ପରେ ଏନେଇ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପ୍ରଭାକର ଏବଂ ତାଙ୍କ ପରିବାର ଲୋକେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ଆଳି ପୋଲିସ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.