ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଏମ୍‌ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

Published By : Prameya | April 25, 2025 4:47 PM

ଭୁବନେଶ୍ୱର, ୨୫/୪ : ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି । ଏଥିସହିତ ପ୍ରଯୁକ୍ତି ବିଦ୍ୟା ସହ ଚିକିତ୍ସା ବିଜ୍ଞାନର ସମ୍ମିଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ। ଏମ୍‌ସ ଭୁବନେଶ୍ବର ଅର୍ଥୋପେଡ଼ିକ୍ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହ କରାଯାଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଯୁକ୍ତ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସୁଗମ ଭାବେ ସମ୍ପନ୍ନ ହୋଇଛି । ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ଘଣ୍ଟା ପରେ ସେ ସ୍ବଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। 

ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ଭାବେ ଏହି ପ୍ରକ୍ରିୟା ସମ୍ପାଦନରେ ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ସମ୍ପୂର୍ଣ୍ଣ ଅର୍ଥୋପେଡିକ୍ସ୍‌ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ରୋବୋଟିକ୍‌ ସର୍ଜରୀର ଗୁରୁତ୍ବ ସମୟର ଏକ ବଡ଼ ଆହ୍ବାନ। କିନ୍ତୁ ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ଏମ୍‌ସରେ ଏହା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରି ରୋବୋ-ସହାୟିତ ଅସ୍ତ୍ରୋପଚାରଗୁଡ଼ିକୁ ସୁଗମ କରିଥିବା ଡ. ବିଶ୍ୱାସ କହିଛନ୍ତି।

ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ "ଶତାବ୍ଦୀର ଅସ୍ତ୍ରୋପଚାର" ଭାବେ ଜଣାଶୁଣା । ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି । ବର୍ତ୍ତମାନ ସମୟରେ, ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଅନେକଙ୍କ ପାଇଁ ଆଶାର ନୂତନ ଆଲୋକ ପାଲଟିଛି । ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ସଠିକତାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିଥାଏ । ଏହି ପ୍ରଯୁକ୍ତି ବିଦ୍ୟା ମାନବ ତ୍ରୁଟିର ବିପଦକୁ କମ କରେ ଏବଂ ପ୍ରକୃତ-ସମୟ ମତାମତ ପ୍ରଦାନ କରି, ସର୍ଜନଙ୍କୁ ଜଟିଳ ପଦକ୍ଷେପ ଗୁଡ଼ିକୁ ଅଧିକ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ । ଯାହାକି ଏପରି ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରୁଥିବା ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି ।

ଯୋଗ୍ୟ ରୋଗୀମାନଙ୍କୁ ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଜୀବନ ପରିବର୍ତ୍ତନକାରୀ ଚିକିତ୍ସାର ସୁବିଧାକୁ ଆହୁରି ବିସ୍ତାର କରିଛି । ଏମ୍‌ସରେ ପ୍ରଥମ ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା । ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି । ଏହି ପ୍ରଥମ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାରରେ ଅର୍ଥୋପେଡିକ୍‌ସ ବିଭାଗର ଚିକିତ୍ସକଙ୍କ ସମେତ ଅନ୍ୟମାନେ ସାମିଲ୍‌ ଥିଲେ। 

ଆଜି ଏ ନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସହିତ, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ପାତ୍ରଙ୍କ ସମେତ ଡ. ସୁଜିତ ତ୍ରିପାଠୀ, ଡ. ଗୁରୁଦୀପ ଦାସ, ଡ. ମେଗାନାଥ ଭି ପାୱାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପାରମ୍ପରିକ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାରେ ଜିଗ୍ସ ଏବଂ କଟିଂ ବ୍ଲକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଗୁରୁତର ବିକୃତି, ପୂର୍ବ ଅସ୍ତ୍ରୋପଚାର କିମ୍ବା ଉନ୍ନତ ଆର୍ଥ୍ରାଇଟିସ୍ ଜଟିଳ କ୍ଷେତ୍ରରେ, ମାନବ ତ୍ରୁଟିର ସମ୍ଭାବନା ବହନ କରୁଥିଲା । ମାତ୍ର ରୋବୋଟିକ୍ ପ୍ରଯୁକ୍ତି ବିଦ୍ୟା ଏହି ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହା ସହିତ ରୋବୋଟ୍ ନାଭିଗେସନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସ୍ୱାଧୀନ ଭାବେ କିଛି ପଦକ୍ଷେପ ନେଇପାରିବ, ସମଗ୍ର ଅସ୍ତ୍ରୋପଚାର ସମୟରେ ଉଚ୍ଚ ସ୍ତରର ସଠିକତା ଏବଂ ସ୍ଥିରତା ପ୍ରଦାନ କରିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.