ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

IPL 2025: ବଡ଼ ରେକର୍ଡ କଲେ ରୋହିତ ଶର୍ମା, ପଛରେ ପଡ଼ିଲେ ଏମଏସ୍‌ ଧୋନୀ ଏବଂ ସୁରେଶ ରୈନା

Published By : Tapas Panda | May 1, 2025 10:32 PM

Image courtesy: indiatv

ଜୟପୁର: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରୋହିତ ଶର୍ମା ୩୫ ବଲ୍‌ରେ ୫୩ ରନ୍ କରିଛନ୍ତି। ଏହି ସମୟରେ ସେ ୯ଟି ଚୌକା ମାରିଛନ୍ତି । ଏହା ସହିତ ସେ ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୬୦୦୦ ରନ ପୂରଣ କରିଛନ୍ତି। ସେ ମୁମ୍ବାଇ ପାଇଁ ଏହି ବଡ଼ ମାଇଲଖୁଣ୍ଟ ଛୁଇଁବାରେ ପ୍ରଥମ ବ୍ୟାଟର ହୋଇଛନ୍ତି । ସେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୋଟ ୨୩୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଏବଂ ମୋଟ ୬୦୧୭ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। 

ତାଙ୍କ ପୂର୍ବରୁ କୌଣସି ବ୍ୟାଟର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏତେ ରନ୍ କରିପାରି ନଥିଲେ। ଏହା ବ୍ୟତୀତ ରୋହିତ ଶର୍ମା ଟି-୨୦ କ୍ରିକେଟରେ ଗୋଟିଏ ଦଳ ପାଇଁ ୬୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି RCB ପାଇଁ ୮୮୭୧ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେପଟେ ରୋହିତ ଶର୍ମା, ସିଏସକେର ମହେନ୍ଦ୍ର ସିଂହ ଧୋନୀ, ସୁରେଶ ରୈନା ଏବଂ ଜେମ୍ସ ଭିନ୍ସଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । 

ଗୋଟିଏ ଟିମ୍‌ ପାଇଁ ସର୍ବାଧିକ ରନ୍‌

ବିରାଟ କୋହଲି(ଆରସିବି)- ୮୮୭୧ ରନ୍‌

ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ)- ୬୦୧୭ ରନ୍‌

ଜେମ୍ସ ଭିନ୍ସ (ହାମ୍ପଶାୟାର)- ୫୯୩୪ ରନ୍‌

ସୁରେଶ ରୈନା (ସିଏସକେ)-୫୫୨୮ ରନ୍‌

ମହେନ୍ଦ୍ର ସିଂହ ଧୋନୀ(ସିଏସକେ)- ୫୨୬୯ ରନ୍‌

ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା । ମାତ୍ର କିଛି ବଲ୍‌ରେ ମ୍ୟାଚ୍‌ର ମୋଡ଼ ବଦଳାଇ ପାରନ୍ତି ରୋହିତ । ସେ ୨୦୧୧ ମସିହାରୁ ମୁମ୍ବାଇ ପାଇଁ ଖେଳୁଛନ୍ତି। ଆଇପିଏଲ ବ୍ୟତୀତ, ସେ ମୁମ୍ବାଇ ପାଇଁ ଚାମ୍ପିଅନ୍ସ ଲିଗର ଦୁଇଟି ସିଜିନ ମଧ୍ୟ ଖେଳିଛନ୍ତି । ଚଳିତ ସିଜିନରେ ତାଙ୍କୁ ଅଧିକାଂଶ ସମୟରେ ଦଳ ପାଇଁ ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିବାର ଦେଖାଯାଇଛି । ପୂର୍ବରୁ ତାଙ୍କ ନେତୃତ୍ବରେ ମୁମ୍ବାଇ ପାଞ୍ଚଟି ଆଇପିଏଲ ଟାଇଟଲ ଜିତିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.