ନୂଆଦିଲ୍ଲୀ, ୩୧/୧୨ : ଭାରତୀୟ ଟିମ୍ ଏବେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଲାଗି ଅଷ୍ଟେ୍ରଲିଆରେ ଉପସ୍ଥିତ ଅଛି । ଏହାପରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚର ଟି-୨୦ ସିରିଜ ଏବଂ ୩ମ୍ୟାଚର ଓ୍ବାନଡେ ସିରିଜ ଖେଳିବ । ଓ୍ବାନଡେ ସିରିଜକୁ ନେଇ ମୁଖ୍ୟ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି କି ରୋହିତ ଶର୍ମା ଏବଂ ବିରାଟ କୋହଲୀ ଟିମ୍ ଇଣ୍ଡିଆର ଭାଗିଦାରୀ ହେବେ ନାହିଁ । ରୋହିତ- ବିରାଟଙ୍କ ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ବି ଓ୍ବାନଡେ ସିରିଜର ଭାଗିଦାରୀ ହେବେ ନାହିଁ । ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ ଭାରତ ଲାଗି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଶେଷ ଓ୍ବାନଡେ ସିରିଜ ହେବ । ଯେଉଁଥିରେ ଖେଳାଳୀଙ୍କୁ ଓ୍ବାନଡେ ଫର୍ମାଟର ଅଭ୍ୟାସ କରିବାର ସୁଯୋଗ ମିଳିବ । ଇଂଲଣ୍ଡ ବିପକ୍ଷ ହ୍ବାଇଟ୍ ବଲ ସିରିଜର ଆରମ୍ଭ ୨୨ଜାନୁଆରୀରେ ହେବ । ଯେଉଁଥିରେ ପ୍ରଥମ ୫ମ୍ୟାଚର ଟି-୨୦ ସିରିଜ ଖେଳାଯିବ । ପରେ ୬ଫେବୃଆରୀରୁ ଓ୍ବାନଡେ ସିରିଜର ଆରମ୍ଭ ହେବ । ପ୍ରକାଶ ଯେ, ରୋହିତ ଶର୍ମା ଏବଂ ବିରାଟ କୋହଲୀ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇସାରିଛନ୍ତି । ଏଭଳିସ୍ଥଳରେ କେବଳ ଓ୍ବାନଡେରେ ଖେଳୁଥିବା ନଜର ଆସିପାରନ୍ତି , କିନ୍ତୁ ଏବେ ଏବେ ଏହା ଉପରେ ବି ସଙ୍କଟ ଦେଖାଯାଉଛି ।
ଏକ ରିପୋର୍ଟରେ କୁହାଯାଇଛି କି ରୋହିତ ଶର୍ମା, ବିରାଟ କୋହଲୀ ଏବଂ ଜସପ୍ରୀତ ବୁମରାହଙ୍କ ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ ଲାଗି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଭାଗିଦାରୀ ହେବେ ନାହିଁ । ଏହା ବ୍ୟତୀତ ବୁମରାହ ଟି-୨୦ ସିରିଜରେ ବି ଓ୍ବାର୍କଲୋଡ଼ ମ୍ୟାନେଜମେଣ୍ଟ ଲାଗି ଟିମର ଭାଗିଦାରୀ ହେବେ ନାହିଁ । ମାତ୍ର ଏବେ ରୋହିତ, ବିରାଟ ଏବଂ ବୁମରାହଙ୍କୁ ନେଇ ଅଧିକ ଅପଡେଟ୍ ଆସିବାକୁ ବାକି ରହିଛି ।