ଯୋରନ୍ଦା,୧୫/୮: ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ବିଶ୍ୱ ପ୍ରସିଦ୍ଧ ମହିମାଗାଦି ପୀଠର ବିକାଶ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଅସ୍ଥାୟୀ କାର୍ଯ୍ୟାଳୟ ରାସ୍ତା ସଫା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେସିବିଟି ଅଫିସ କାନ୍ଥରେ ଧକ୍କା ଦେବାରୁ କାନ୍ଥ ଭାଙ୍ଗି ଯିବା ଫଳରେ ଛାତ ଟି ଜେସିବି ଉପରେ ପଡ଼ିଯାଇଛି । ଜେସିବିଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟକୁ ଜେସିବି ଅପରେଟର ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ମହିମାଗାଦି ବିକାଶ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୭୧କୋଟି ଅନୁମୋଦନ ହୋଇ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି । ଟେଣ୍ଡର ପାଇଥିବା କମ୍ପାନୀର କାର୍ଯ୍ୟାଳୟ ଓ ଲେବର ସେଡ ନିର୍ମାଣ ଚାଲିଛି। ଶୁକ୍ରବାର ଅସ୍ଥାୟୀ କାର୍ଯ୍ୟାଳୟ ରାସ୍ତା ସଫା କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। କମ୍ପାନୀ କ୍ରେନ ଓ ସ୍ଥାନୀୟ ଅଞ୍ଚଳର ଏକ ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।