ଦୁବାଇ,୧୯/୧୨: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଜୋ ରୁଟ୍‌ ପୁନର୍ବାର ଶୀର୍ଷ ସ୍ଥାନ ଫେରି ପାଇଛନ୍ତି । ଗତ ସପ୍ତାହରେ ସେ ଦ୍ୱିତୀୟକୁ ଖସିଥିଲେ । ତାଙ୍କ ସ୍ଥାନରେ ହ୍ୟାରୀ ବ୍ରୁକ୍‌  ପ୍ରଥମ କରି ଶୀର୍ଷ ସ୍ଥାନ ଦଖଲ କରିଥିଲେ । ନ୍ୟୁଜିଲାଣ୍ଡ  ବିପକ୍ଷ ତୃତୀୟ ଟେଷ୍ଟରେ ସେ ଯଥାକ୍ରମେ ୩୨ ଓ ୫୪  ରନ୍‌ ସଂଗ୍ରହ କରିଥିଲେ । ଇଂଲଣ୍ଡ ଉକ୍ତ ଟେଷ୍ଟରେ ୪୨୩  ରନ୍‌ରେ ପରାଜିତ ହୋଇଥିଲା । ବ୍ରୁକ୍‌ ଉଭୟ ଇନିଂସରେ  ୦ ଓ ୧ ରନ୍‌ କରି ଆଉଟ୍‌ ହୋଇଥିଲେ । 

ନ୍ୟୁଜିଲାଣ୍ଡର  କେନ ୱିଲିୟମସନ ପୂର୍ବବତ ତୃତୀୟ ସ୍ଥାନରେ ରହିଥିଲେ  ହେଁ ତୃତୀୟ ଟେଷ୍ଟ ସଫଳତା ପରେ ୨୮ ପଏଣ୍ଟ ଅର୍ଜନ  କରିଥିଲେ । ସେ ଉଭୟ ଇନିଂସରେ ଯଥାକ୍ରମେ ୪୪ ଓ  ୧୫୬ ରନ୍‌ ସଂଗ୍ରହ କରିଥିଲେ । ଭାରତୀୟଙ୍କ ମଧ୍ୟରେ  ଯଶସ୍ୱୀ ଜୈସ୍ୱାଲ୍‌ ଚତୁର୍ଥ ସ୍ଥାନରେ ରହିଥିବାବେଳେ ରିଷଭ  ପନ୍ତ ନବମ ସ୍ଥାନ ବଜାୟ ରଖିଛନ୍ତି ।  ଟେଷ୍ଟ ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମରା ଶୀର୍ଷ  ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ  ଟେଷ୍ଟରେ ସେ ୮ଟି ୱିକେଟ୍‌ ନେଇଥିଲେ । ଅନ୍ୟ  ଭାରତୀୟଙ୍କ ମଧ୍ୟରେ ରବି ଅଶ୍ୱିନ ପଞ୍ଚମ ଓ ରବିନ୍ଦ୍ର  ଜାଡେଜା ଷଷ୍ଠ ସ୍ଥାନରେ ରହିଛନ୍ତି।