ରାଉରକେଲା,୦୪/୦୮: ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଚଳିତ ଆର୍ଥିକ ବର୍ଷ  ୨୦୨୫-୨୬ର ଏପ୍ରିଲ-ଜୁଲାଇ ଅବଧିରେ ପ୍ରମୁଖ ୟୁନିଟ୍‌ଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ ହାସଲ କରିଛି ।  ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ (ବିଏଫ-୫) ‘ଦୁର୍ଗା' ଏପ୍ରିଲ-ଜୁଲାଇ ଅବଧିରେ ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ  ରେକର୍ଡ କରି ୧୦,୩୭,୮୪୪ ଟନ୍‌ ଉତ୍ତପ୍ତ ଧାତୁ  ଉତ୍ପାଦନ କରିଛି ଏବଂ ୨୦୨୩ ମସିହାରେ ଅନୁରୂପ ଅବଧି ମଧ୍ୟରେ ହାସଲ କରିଥିବା ୯,୬୭,୦୯୭  ଟନ୍‌ ପୂର୍ବ ଶ୍ରେଷ୍ଠ ରେକର୍ଡକୁ ଅତିକ୍ରମ କରିଛି ।   

ସେହିପରି, ବ୍ଲାଷ୍ଟ ଫର୍ଣ୍ଣେସ୍‌-୧ (ବିଏଫ- ୧) ‘ପାର୍ବତୀ' ୩,୬୧,୭୭୪ ଟନ୍‌ ଉତ୍ତପ୍ତ ଧାତୁ  ଉତ୍ପାଦନ ପୂର୍ବକ ଏହାର ସର୍ବୋଚ୍ଚ ଏପ୍ରିଲ-ଜୁଲାଇ  ଉତ୍ପାଦନ ହାସଲ କରିଛି ଏବଂ ୨୦୨୧ରେ ହାସଲ  ହୋଇଥିବା ୩,୧୬,୧୯୯ ଟନ୍‌ ପୂର୍ବ ରେକର୍ଡକୁ  ଅତିକ୍ରମ କରିଛି । ଉଲ୍ଲେଖନୀୟ ଯେ, ବିଏଫ-୧  ମଧ୍ୟ ୯୪,୦୧୫ ଟନ୍‌ ଉତ୍ତପ୍ତ ଧାତୁ ଟ୍ୟାପ୍‌ କରି ଏହାର  ସର୍ବଶ୍ରେଷ୍ଠ ଜୁଲାଇ ମାସ ପ୍ରଦର୍ଶନ ପଞ୍ଜିକୃତ କରିଛି ।  

ଷ୍ଟିଲ୍‌ ମେଲ୍ଟିଂ ସପ୍‌-୨ର କାଷ୍ଟର-୩ ମଧ୍ୟ ଉଲ୍ଲେଖନୀୟ  ପ୍ରଦର୍ଶନ ସହକାରେ ୫,୨୫,୨୧୩ ଟନ୍‌ ସ୍ଲାବ୍‌ ତିଆରି  କରି ଏ ପର୍ଯ୍ୟନ୍ତ ଏହାର ସର୍ବଶ୍ରେଷ୍ଠ ଏପ୍ରିଲ-ଜୁଲାଇ  ପ୍ରଦର୍ଶନ ପଞ୍ଜିକୃତ କରିଛି । ଡାଉନଷ୍ଟ୍ରିମରେ, ହଟ୍‌  ଷ୍ଟ୍ରିପ୍‌ ମିଲ୍‌-୨ ସର୍ବକାଳୀନ ଶ୍ରେଷ୍ଠ ୮,୫୯,୧୯୨ ଟନ୍‌  ସ୍ଲାବ୍‌ ରୋଲ୍‌ କରି ୮,୩୯,୦୨୩ ଟନ୍‌ ଏଚ୍‌ଆର  କଏଲ୍‌ ଉତ୍ପାଦନ କରିଛି । ଯାହା ଏପ୍ରିଲ-ଜୁଲାଇରେ  ବିଭାଗର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।  ଏଥିପୂର୍ବରୁ ୨୦୨୪ ମସିହା ଅନୁରୂପ ଅବଧିରେ  ୮,୧୭,୬୭୫ ଟନ୍‌ ଏଚ୍‌ଆର କଏଲ୍‌ ଉତ୍ପାଦନ  ବିଭାଗର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଏଚ୍‌ଏସ୍‌ଏମ୍‌୨ର ସିଟ୍‌ ସିଅରିଂ ଲାଇନ୍‌ (ଏସଏସଏଲ) ପ୍ରଥମ  ଚାରି ମାସରେ ୯୫୮୭୬ ଟନ୍‌ ଏଚ୍‌ଆର ପ୍ଲେଟ୍‌  ଉତ୍ପାଦନ କରି ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।  

ନୂତନ ପ୍ଲେଟ୍‌ ମିଲ୍‌ (ଏନପିଏମ) ୩,୩୦,୭୮୯  ଟନ୍‌ ପ୍ଲେଟ୍‌ ରୋଲ୍‌ କରି ସର୍ବଶ୍ରେଷ୍ଠ ଏପ୍ରିଲ-ଜୁଲାଇ  ପ୍ରଦର୍ଶନ ହାସଲ ପୂର୍ବକ ୨୦୨୧ରେ ହାସଲ ହୋଇଥିବା  ପୂର୍ବ ଶ୍ରେଷ୍ଠ ୩,୧୦,୩୧୭ ଟନ୍‌ରେ ଉନ୍ନତି ଆଣିଛି ।  ଏନ୍‌ପିଏମ୍‌ ମଧ୍ୟ ୯୨୦୯୯ ଟନ୍‌ ପ୍ଲେଟ୍‌ ରୋଲ୍‌ କରି  ଏହାର ସର୍ବକାଳୀନ ଶ୍ରେଷ୍ଠ ଜୁଲାଇ ପ୍ରଦର୍ଶନ ହାସଲ  କରିଥିଲା । ସମତାଳରେ ପ୍ଲେଟ୍‌ ମିଲ୍‌ ମଧ୍ୟ ପ୍ରଥମ ଚାରି  ମାସରେ ୧,୭୮,୭୫୨ ଟନ୍‌ ପ୍ଲେଟ୍‌ ରୋଲ କରି ୨୦୨୩  ଅନୁରୂପ ଅବଧିରେ ହାସଲ ହୋଇଥିବା ୧,୭୭,୨୨୬  ଟନ୍‌ ପ୍ଲେଟ୍‌ ରୋଲିଂ ରେକର୍ଡକୁ ଅତିକ୍ରମ କରିଛି ।