ଭୁବନେଶ୍ୱର ୨୬/୦୪: ଆଜି ଭୁବନେଶ୍ୱରରେ ୧୫ତମ ରୋଜଗାର ମେଳା ଆୟୋଜିତ ହେବ।  କେବଳ ଭୁବନେଶ୍ୱର ନୁହେଁ ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ  ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଏହାକୁ ଉଦଘାଟନ କରିବେ । ଏ  ଅବସରରେ ବିଭିନ୍ନ ସରକାରୀ ବିଭାଗ  ଏବଂ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା  ୫୧,୦୦୦ରୁ ଅଧିକ ନବନିଯୁକ୍ତ  ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ  କରାଯିବ। 

ସ୍ଥାନୀୟ ସିଏସଆଇଆର୍‌- ଆଇଏମଏମଟି ପ୍ରେକ୍ଷାଳୟରେ ପୂର୍ବାହ୍ଣ  ୧୧ଟାରେ ହେବାକୁ ଥିବା ଏହି ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ନିଯୁକ୍ତିପ୍ରାପ୍ତ ଯୁବକଯୁବତୀଙ୍କୁ  ସମ୍ବୋଧନ କରିବେ । ତାଙ୍କ ସହ କେନ୍ଦ୍ର  ସଡ଼କ ପରିବହନ, ରାଜପଥ ରାଷ୍ଟ୍ର  ମନ୍ତ୍ରୀ ହର୍ଷ ମାଲହୋତ୍ରା ମଧ୍ୟ ଉପସ୍ଥିତ  ରହିବେ ବୋଲି ସିଜିଏସଟି ଆଣ୍ଡ କଷ୍ଟମ୍‌  ଭୁବନେଶ୍ୱର ଜୋନ୍‌ର ଜଏଣ୍ଟ କମିଶନର  ଏସ୍‌କେ ମିଶ୍ର ସୂଚନା ଦେଇଛନ୍ତି।