ମୁମ୍ବାଇ,୧।୧୨: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟା ନୀତିକୁ ନେଇ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ। ରବିବାର ସେ ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଜନସଂଖ୍ୟା ହାର ବୃଦ୍ଧି ୨.୧ ରୁ ତଳକୁ ନଯାଏ, ତାହା ପ୍ରତି ଆମକୁ ଧ୍ୟାନ ଦେବା ଦରକାର। ଆମ ପାଇଁ ଏହା ଜରୁରୀ ଯେ, ଦୁଇରୁ ତିନି ଶିଶୁ ଜନ୍ମ କରିବା ଦରକାର। ଜନସଂଖ୍ୟା ବିଜ୍ଞାନ କହୁଛି ଓ ଯଦି ଆଭରେଜ୍‌ ୨.୧ ରହିଛି ତେବେ ପୃଥିବୀରୁ ମାନବିକତା ଶେଷ ହୋଇଯିବ। ଜନସଂଖ୍ୟା ଯଦି ଏଭଳି କମ୍ ହେବ ତେବେ ବହୁ ଭାଷା ଓ ସଭ୍ୟତା ଶେଷ ହୋଇଯିବ।

ଭାଗବତ କହିଛନ୍ତି, ଜନସଂଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ। ଆଧୁନିକ ଜନସଂଖ୍ୟା ବିଜ୍ଞାନ କହୁଛି ଯେ, ଜନ୍ମହାର ୨.୧ ରୁ ତଳକୁ ଆସିଗଲେ ପୃଥିବୀରୁ ମାନବିକତା ଶେଷ ହେବାର ବିପଦ ସୃଷ୍ଟି ହେବ। ଏଭଳି ସ୍ଥିତିରେ ସମାଜ ଶେଷ ହୋଇଯାଏ। ସେଭଳି ଆଗକୁ ବହୁ ବିପଦ ଦେଖାବେ। ଏଭଳି ସ୍ଥିତିରେ ବହୁ ଭାଷା ଓ ସଭ୍ୟତା ଶେଷ ହେବାର ବିପଦ ରହିଥାଏ। ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ରେ ଧାର୍ଯ୍ୟ ହୋଇଥିଲା। ଜନସଂଖ୍ୟା ହାର ବୃଦ୍ଧି ଦର ୨.୧ରୁ କମ୍ ହେବା ଉଚିତ ନୁହେଁ। ଆମ ପାଇଁ ଏହା ଜରୁରୀ ଯେ, ଦୁଇ କିମ୍ବା ତିନୋଟି ସନ୍ତାନ ହେଉ। ଜନସଂଖ୍ୟା ବଢାଇବାର କାରଣ ହେଲା ସମାଜର ଅସ୍ତିତ୍ବ ରହିବା ଦରକାର।

ଉଲ୍ଲେଖନୀୟ ଯେ, ଆରଏସଏସ୍ ପକ୍ଷରୁ ବହୁବାର ଏହି କଥା ଦୋହରା ଦିଆଯାଇଛି। କାରଣ ଦେଶରେ ଜନସଂଖ୍ୟା ଅସନ୍ତୁଳନ ବଢିବାରେ ଲାଗିଛି। ବିଶେଷ ଭାବରେ ହିନ୍ଦୁଙ୍କ ଜନସଂଖ୍ୟା ଭାରତରେ କମ୍ ହେବାକୁ ନେଇ ଭାଗବତ ବହୁବାର ଚିନ୍ତା ପ୍ରକାଶ କରିସାରିଛନ୍ତି। ସେ କୁହନ୍ତି ଯେ, ଭାରତରେ ହିନ୍ଦୁଙ୍କ ଜନସଂଖ୍ୟା ଅଧିକ ରହିବା ଦରକାର ଓ ଦେଶର ମୂଲ୍ୟବୋଧ ଏହି କାରଣରୁ ସୁରକ୍ଷିତ ରହିଛି। ଉଲ୍ଲେଖନୀୟ ଯେ, ବହୁ ରିପୋର୍ଟରେ ଏହା କୁହାଯାଇ ସାରିଛି ଯେ, ମୁସଲମାନଙ୍କ ଜନସଂଖ୍ୟା ଦେଶ ସ୍ବାଧିନ ହେବାପରଠାରୁ ଏପର୍ଯ୍ୟନ୍ତ ବଢୁଛି। ପୂର୍ବରୁ ହିନ୍ଦୁଙ୍କ ଜନସଂଖ୍ୟା ୮୮ ପ୍ରତିଶତ ଥିଲା ଯାହାକି ଏବେ ହ୍ରାସ ପାଇ ୮୦%ରେ ପହଁଞ୍ଚିଛି।