ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସଂୟସେବକ ସଂଘର ମୁଖ୍ୟ ମୋହନ ଭାଗବତ ଦେଶର ଜନସଂଖ୍ୟା ନେଇ ପୁଣି ନିଜର ମତ ରଖିଛନ୍ତି। ସେ କହିଛନ୍ତି ପର୍ଯ୍ୟାପ୍ତ ଜନସଂଖ୍ୟା ପାଇଁ ପରିବାରରେ ତିନୋଟି ସନ୍ତାନ ହେବା ସରକାର। ଯଦି ତିନୋଟି ସନ୍ତାନ ହୁଅନ୍ତି, ତେବେ ବାପା-ମା’ ଓ ପିଲା ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଦେଶ ଦୃଷ୍ଟିରୁ ଦେଖିଲେ ତିନିରୁ ଅଧିକ ଆଗକୁ ବଢିବା ଉଚିତ ନୁହେଁ।
ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଗବତ କହିଛନ୍ତି, "ଭାରତର ଜନସଂଖ୍ୟା ନୀତି ୨.୧ ସନ୍ତାନର କଥା କହୁଛି, ଯାହାର ଅର୍ଥ ହେଉଛି ଗୋଟିଏ ପରିବାରରେ ତିନୋଟି ସନ୍ତାନ। ପ୍ରତ୍ୟେକ ନାଗରିକଙ୍କୁ ସୁନିଶ୍ଚିତ କରିବା ଉଚିତ ଯେ ତାଙ୍କ ପରିବାରରେ ତିନୋଟି ସନ୍ତାନ ଥିବେ। "ସମସ୍ତ ନାଗରିକ ତିନୋଟି ସନ୍ତାନ ଜନ୍ମ କରିବା ବିଷୟରେ ବିଚାର କରିବା ଉଚିତ, ଯାହା ଦ୍ଵାରା ଜନସଂଖ୍ୟା ପର୍ଯ୍ୟାପ୍ତ ଏବଂ ନିୟନ୍ତ୍ରଣରେ ମଧ୍ୟ ରହିବ।’
ଭାରତର ଜନସଂଖ୍ୟା ନୀତି ସମ୍ପର୍କରେ କହି କରି ଆରଏସଏସ ମୁଖ୍ୟ ଆହୁରି କହିଛନ୍ତି, ‘ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ମସିହାରେ ପ୍ରସ୍ତୁତ ହୋଇଥିଲା, ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା ଯେ କୌଣସି ସମ୍ପ୍ରଦାୟର ଜନସଂଖ୍ୟା ୨.୧ ରୁ କମ୍ ହେବା ଉଚିତ୍ ନୁହେଁ। ତେଣୁ ଜନସଂଖ୍ୟା ଅନୁସାରେ, ପ୍ରତି ପରିବାରରେ ଆମକୁ ଅତି କମରେ ତିନି ଜଣ ସନ୍ତାନ ଆବଶ୍ୟକ।"
ବିଭାଜନ ନେଇ ଭାଗବତ କହିଛନ୍ତି, ସେତେବେଳେ ଆରଏସ୍ ଏସ୍ ଏହାର ବିରୋଧ କରିଥିଲା। ସେ କହିଥିଲେ, ସେତେବେଳେ ଆରଏସ୍ ଏସ୍ ର ଶକ୍ତି ବହୁତ କମ୍ ଥିଲା। ବିଭାଜନ ବିରୋଧରେ ପ୍ରୟାସ କରାଯାଇଥିଲା, ଏବଂ ସାକ୍ଷାତ ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା, କିନ୍ତୁ ଏବେ କିଛି କରାଯାଇପାରିବ ନାହିଁ। ସେ ଆହୁରି କହିଥିଲେ ଯେ 'ଅଖଣ୍ଡ ଭାରତ'କୁ ମନରେ ରଖିବା କେବଳ ରାଜନୀତି ନୁହେଁ, ବରଂ ଏହା ଏକ ବାସ୍ତବତା। ଏହା ଜୀବନର ଏକ ସତ୍ୟ। ଏହା ଭାରତର ବାସ୍ତବତାକୁ ପ୍ରତିଫଳିତ କରେ। ଗତ କିଛି ବର୍ଷ ହେବ ଦେଶରେ ଆରମ୍ଭ ହୋଇଥିବା ‘ସହରର ନାମ ବଦଳାଇବାର ରାଜନୀତି’ ଉପରେ ଭାଗବତ କହିଛନ୍ତି, ଆକ୍ରମଣକାରୀଙ୍କ ନାଁରେ କୌଣସି ରାସ୍ତା କିମ୍ବା ସହରର ନାମକରଣ ନେହଉ। ମୁଁ ମୁସଲମାନ ନାଁ ବୋଲି ଏକଳି କହୁନାହିଁ, ବୀର ଅବଦୁଲ ହମିଦ ଓ ଅବଦୁଲ କଲାମଙ୍କ ନାଁରେ ହବା ଦରକାର।’