ସମ୍ବଲପୁର, ୨୦।୧୦ :  ସମ୍ବଲପୁର ଅଇଁଠାପାଲି ଛକସ୍ଥିତ ଏକ ସପିଂ ମଲ୍ ସମ୍ମୁଖରେ ବୋମା ରଖାଯାଇଥିବା ଗୁଜବ ପ୍ରଚାରିତ ହୋଇଛି | ଗୁଜବ ପରେ ସମ୍ବଲପୁର ଅଇଁଠାପାଲି ଛକ ହଇଚଇ ହୋଇପଡିଥିଲା ।  ଖବର ପାଇ ବମ୍ ସ୍କ୍ବାର୍ଡ ପହଂଚି ଚେକିଂ କରିବା ପରେ ଅଲଗା କିଛି ବାହାରିଥିଲା।  ଯାହାକୁ ନେଇ ଆଶ୍ବସ୍ତି ମିଳିଛି । 

ସୂଚନା ଅନୁସାରେ ସମ୍ବଲପୁର ଶ୍ରୀଲେଦର୍ସ ସମ୍ମୁଖରେ ଏକ  ବ୍ୟାଗରେ କିଏ ବୋମା ରଖି ଦେଇଥିବା ଖବର ଆସିଥିଲା ।  ହେଲେ ଏହି ଖବର ଆସିବା ପରେ ପୋଲିସ ବମ ସ୍କ୍ବାର୍ଡ ଧରି ଘଟଣା ସ୍ଥଳରେ ପହଂଚି ଖୋଲତାଡ କରିବା ପରେ ଅଲଗା କିଛି ବାହାରିଥିଲା |