ଭୁବନେଶ୍ୱର, ୨୯/୧୦: ଆଜି ରାଷ୍ଟ୍ରିୟ ଏକତା ଦିବସ ତଥା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ ଏକତା ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୨୦୦୦ରୁ ଊଦ୍ଧ୍ୱର୍ ଲୋକ କଳିଙ୍ଗ ଷ୍ଟାଡିୟମରେ ଏକତ୍ରିତ ହୋଇ ୦୫ କି. ମି. ମାରାଥନ୍ ଦୌଡ଼ରେ ସାମିଲ ହୋଇଛନ୍ତି।
ସୂଚନା ମୁତାବିକ, ମଙ୍ଗଳବାର ସକାଳେ କଳିଙ୍ଗ ଷ୍ଟାଡିୟମରେ ‘ଏକତା ଦୌଡ’ ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରନ୍ ଫର ୟୁନିଟି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇ ଦୌଡରେ ସାମିଲ ହୋଇଛି।