ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ୟୁକ୍ରେନର ସେନା ହସପିଟାଲ୍ ଉପରେ ରୁଷ୍‌ର ଘାତକ ଡ୍ରୋନ୍ ଆକ୍ରମଣ, ୨ ଜଣଙ୍କ ମୃତ୍ୟୁ, ଅନେକ ଆହତ...

Published By : Prameya | March 30, 2025 9:06 PM

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି। ଶନିବାର ବିଳମ୍ବିତ ରାତିରେ ଖାରକିଭରେ ଏକ ସାମରିକ ହସ୍ପିଟାଲ, ସପିଂ ସେଣ୍ଟର, ଆପାର୍ଟମେଣ୍ଟ ବ୍ଲକ ଏବଂ ଅନ୍ୟାନ୍ୟ କୋଠା ଉପରେ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି । ୟୁକ୍ରେନୀୟ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହରରେ ହୋଇଥିବା ଆକ୍ରମଣରେ ଜଣେ ୬୭ ବର୍ଷୀୟ ପୁରୁଷ ଏବଂ ଜଣେ ୭୦ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଆଞ୍ଚଳିକ ରାଜ୍ୟପାଳ ଓଲେହ ସିନିହୁବୋଭ କହିଛନ୍ତି।

ୟୁକ୍ରେନର ଜେନେରାଲ ଷ୍ଟାଫ୍ ସାମରିକ ହସ୍ପିଟାଲ ଉପରେ ଏହି "ଇଚ୍ଛାକୃତ ଗୁଳିବର୍ଷଣ"କୁ ନିନ୍ଦା କରିଛନ୍ତି । ଏଥିରେ କୁହାଯାଇଛି ଯେ, ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ "ଚିକିତ୍ସିତ ହେଉଥିବା ସୈନିକ" ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମୟରେ, ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଛଅଟି ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛି। ୟୁକ୍ରେନିୟ ସରକାର ଏବଂ ସାମରିକ ବିଶ୍ଳେଷକଙ୍କ ଅନୁଯାୟୀ, ୟୁକ୍ରେନ ଉପରେ ଚାପ ବୃଦ୍ଧି କରିବା ଏବଂ ଯୁଦ୍ଧବିରତି ଆଲୋଚନାରେ କ୍ରେମଲିନର ସ୍ଥିତିକୁ ମଜବୁତ କରିବା ପାଇଁ ଏହି କାର୍ଯ୍ୟ କରାଯାଇଛି । ଏଥିସହ ରୁଷୀୟ ସୈନ୍ୟବାହିନୀ ଆଗାମୀ ସପ୍ତାହ ଗୁଡ଼ିକରେ ଏକ ନୂତନ ସାମରିକ ଆକ୍ରମଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ନାଟୋରେ ଯୋଗଦାନ ପାଇଁ ୟୁକ୍ରେନର ଜିଦ୍ ଯୋଗୁଁ, ରୁଷ ୨୪ ଫେବୃଆରୀରେ ୟୁକ୍ରେନ ଉପରେ ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ସୈନିକ ଏବଂ ଲୋକମାନେ ମୃତ୍ୟୁବରଣ କରିଛନ୍ତି। ଯୁଦ୍ଧରେ ୟୁକ୍ରେନ ସବୁଠାରୁ ଅଧିକ କ୍ଷତି ସହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.