ପ୍ରମୂଖ ଖବର
  • ୧୦ରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି, ମଙ୍ଗଳବାର ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ତିନି ବର୍ଷ‌ରେ ସବୁଠୁ ବଡ଼ ହମଲା ! ୟୁକ୍ରେନ୍ ଉପରେ ରୁଷର ୫୦୦ ଡ୍ରୋନ୍‌ ଓ ମିସାଇଲ ମାଡ଼

Published By : Harapriya Biswal | June 9, 2025 7:09 PM

ନୂଆଦିଲ୍ଲୀ,୯।୬: ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ଗତ ରାତିରେ ୟୁକ୍ରେନ୍‌ ଉପରେ ଜୋରଦାର ହମଲା କରିଛି ରୁଷ।  ପ୍ରାୟ ୪୭୯ଟି ଡ୍ରୋନ୍‌ ଓ ୨୦ଟି ମିସାଇଲ ମାଡ଼ କରିଛି। ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ୍। ୟୁକ୍ରେନ୍ ବାୟୁସେନା କହିଛି ଏହି ଆକ୍ରମଣ ବିଶେଷ ଭାବରେ ଦେଶର ମଧ୍ୟ ଓ ପଶ୍ଚିମ ଅଞ୍ଚଳକୁ ଟାର୍ଗେଟ କରି କରାଯାଇଛି। ଗତ କିଛି ଦିନ ତଳେ  ରୁଷର ଏୟାରବେସ୍‌କୁ ମଧ୍ୟ ଟାର୍ଗେଟ କରିଥିଲା ୟୁକ୍ରେନ। ଏହାପରେ ଏହି ଆକ୍ରମଣକୁ ରୁଷର ସବୁଠାରୁ ବଡ଼ ହମଲା ବୋଲି ମନେ କରାଯାଉଛି। 

ୟୁକ୍ରେନ ବାୟୁସେନା ଦାବି କରିଛି ଯେ, ସେ ୨୭୭ ଡ୍ରୋନ୍ ଓ ୧୯ଟି ମିସାଇଲ ଆକାଶମାର୍ଗରେ ହିଁ ନଷ୍ଟ କରିଛି। ୟୁକ୍ରେନ୍‌ର ଦାବି ଅନୁସାରେ, ୧୦ଟି ଡ୍ରୋନ୍ ଓ ମିସାଇଲ ନିଜର ଲକ୍ଷ୍ୟ ପଯ୍ୟନ୍ତ ପହଁଞ୍ଚି ପାରିଥିଲା। ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।  ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି କହିଛନ୍ତି, ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥିତି ଖୁବ୍ ଖରାପ ଅଛି। ତେବେ ରୁଷ ଆକ୍ରମଣରେ ହୋଇଥିବା କ୍ଷତି ଉପରେ ଅଧିକ ସୂଚନା ଦେଇ ନାହାନ୍ତି ଜେଲେନସ୍କି। ୟୁକ୍ରେନକୁ ନିଜର ପାଶ୍ଚାତ୍ୟ ସହଯୋଗୀଙ୍କଠାରୁ ବିଶେଷକରି ଏୟାର ଡିଫେନ୍ସ ସିଷ୍ଟମର ଅଧିକ ସାହାଯ୍ୟ ଆବଶ୍ୟକ, କିନ୍ତୁ ଆମେରିକାର ନୀତି ଉପରେ ଅନିଶ୍ଚିତତା ଯୋଗୁଁ ସ୍ଥିତି ଦୁର୍ବଳ ରହିଛି।

ରୁଷ ମଧ୍ୟ ଦାବି କରିଛି ସେ ନିଜ ଅଞ୍ଚଳରେ ୟୁକ୍ରେନର ୪୯ଟି ଡ୍ରୋନକୁ ଖସାଇ ଦେଇଛି। ରୁଷିଆର ଭୋରୋନେଜ ଅଞ୍ଚଳରେ ୨୫ଟି ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା, ଯାହା ଫଳରେ ଏକ ଗ୍ୟାସ ପାଇପଲାଇନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ନିଆଁ ମଧ୍ୟ ଲାଗିଥିଲା। ମସ୍କୋଠାରୁ ୬୦୦ କିଲୋମିଟର ପୂର୍ବରେ ଥିବା ରୁଷର ଚୁଭାସିଆ ଅଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ ଓ୍ବାର ଫେୟାର ପ୍ଲାଣ୍ଟକୁ ଦୁଇଟି ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ କରିଥିଲେ। ୟୁକ୍ରେନର ଜେନେରାଲ ଷ୍ଟାଫ୍ ଦାବି କରିଛନ୍ତି ଯେ ଏହାର ସ୍ୱତନ୍ତ୍ର ବାହିନୀ ରୁଷିଆର ନୋଭଗୋରୋଡ ଅଞ୍ଚଳର ସାଭାସଲେକା ଏୟାରଫିଲ୍ଡ ଉପରେ ଦୁଇଟି ରୁଷର ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛନ୍ତି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.