ନୂଆଦିଲ୍ଲୀ,୨୬।୧୧: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ଋଷର ବଡ଼ ପଦକ୍ଷେପ। ଋଷ ଏବେ ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିଦେଇଛି। କୁହାଯାଉଛି ଯେ, ଏହି ପଦକ୍ଷେପ ଗୁପ୍ତଚର ଅଭିଯୋଗରେ ନିଆଯାଇଛି। ଋଷର ଏଫ୍ବିବି ସୁରକ୍ଷା ସେନା ପକ୍ଷରୁ ଏହ ସଚନା ଦିଆଯାଇଛି। ‘ତାସ୍’ ସମାଚାର ଏଜେନ୍ସିର ସୂଚନା ଅନୁସାରେ, ଋଷ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିୟା ଜଖରୋଭା କହିଛନ୍ତି, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ପଚରା ଉଚରା ପାଇଁ ଡକାଯାଇଛି।
ସମାଚାର ଏଜେନ୍ସି ଅନୁସାରେ, ଏଫ୍ଏସ୍ବି ସୁରକ୍ଷା ସେବା କହିଛି ଏଭଳି ଲାଗୁଛି ରାଷ୍ଟ୍ରଦୂତ ଗୁଇନ୍ଦା ଓ ବିସ୍ଫୋରକ ଗତିବିଧିରେ ସାମିଲ ଥିଲେ। ଏହା ଅନୁସାରେ, ଋଷରେ ପ୍ରବେଶର ଅନୁମତି ହାସଲ କରିବା ସମୟରେ ସେ ଜାଣିଶୁଣି ଭୁଲ ସୂଚନା ଦେଇଥିଲେ। ଏହା ହେଉଛି ଋଷ ଆଇନର ଉଲଂଘନ। ତେବେ ଏହି ମାମଲାରେ ବ୍ରିଟେନ୍ ବୈଦେଶିକ ମନ୍ତ୍ରଣାଳୟ କିମ୍ବ ମସ୍କୋ ସ୍ଥିତ ବ୍ରିଟିସ୍ ଦୂତାବାସ ଏବେ କୌଣସି ସୂଚନା ଦେଇ ନାହିଁ।
ଉଲ୍ଲେଖନୀୟ ଯେ, ୨୦୨୨ ରେ ୟୁକ୍ରେନ୍ ଉପରେ ଆକ୍ରମଣ ପରେ ବ୍ରିଟେନ୍ ଓ ଋଷର ସମ୍ପର୍କ ଖରାପ ହୋଇଛି। ଗତ ସପ୍ତାହରେ ବ୍ରିଟେନ୍ ପକ୍ଷରୁ ୟୁକ୍ରେନ୍ ଉପରକୁ କଟକଣା ହଟାଇଛି। ଏହାପରେ ବ୍ରିଟେନଠାରୁ ଆଣିଥିବା ‘ଷ୍ଟର୍ମ ଶ୍ୟାଡୋ’ ମିସାଇଲର ବ୍ୟବହାର କରିପାରେ। ସେଭଳି ୟୁକ୍ରେନ୍-ଋଷ ଯୁଦ୍ଧ ପରେ କୁଟନୈତିଜ୍ଞଙ୍କୁ ହଟାଇବା କାମ ଏବେ ସାଧାରଣ ହୋଇଯାଇଛି। ଚଳିତ ବର୍ଷ ଆରମ୍ଭରୁ ବ୍ରିଟେନ୍ ରାଷ୍ଟ୍ରଦୂତ କ୍ୟାପଟେନ୍ ଏଣ୍ଡ୍ରିୟନ୍ କୋଗାହିଲଙ୍କୁ ଋଷ ଛାଡିବାକୁ ଏକ ସପ୍ତାହ ସମୟ ଦିଆଯାଇଥିଲା।ସେ ଋଷ ଅଫିସରକୁ ଅଘୋଷିତ ସେନା ଗୁଇନ୍ଦା ଅଧିକାରୀ ରୂପରେ ଗୁଇନ୍ଦାଗିରି ପାଇଁ ଲଣ୍ଡନରୁ ବାହାର କରିଦେଇଥିଲେ।