ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ୟୁକ୍ରେନକୁ ନିଜର ୨୦ ସୈନିକଙ୍କ ମୃତଦେହ ହସ୍ତାନ୍ତର କଲା ରୁଷ ! ପ୍ରଶ୍ନ ଉଠାଇଲେ ଜେଲେନ୍ସକି

Published By : Tapas Panda | June 21, 2025 10:12 PM

Image Courtesy: indiatv

ନୂଆଦିଲ୍ଲୀ: ୟୁକ୍ରେନକୁ ରୁଷ ନିଜ ସୈନିକଙ୍କ ମୃତଦେହ ଦେଇଛି । ମୃତଦେହ ବିନିମୟ ବେଳେ ରୁଷ ନିଜ ସୈନିକଙ୍କ ଶବ ଦେଇ ୟୁକ୍ରେନ୍‌କୁ ଠକି ଦେଇଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି । ରୁଷ ପ୍ରାୟ ୨୦ ଜଣ ସୈନିକଙ୍କ ମୃତଦେହ ୟୁକ୍ରେନକୁ ହସ୍ତାନ୍ତର କରିଛି । ଯୁଦ୍ଧରେ ଜୀବନ ହରାଉଥିବା ସୈନିକମାନଙ୍କୁ ଚିହ୍ନଟ କରିବାରେ ଅବହେଳା କରୁଥିବା ରୁଷ ଏଭଳି କରିଛି ବୋଲି ଜେଲେନ୍ସକି କହିଛନ୍ତି । ଜେଲେନ୍ସକି କହିଛନ୍ତି, ‘ରୁଷ ଏହାର ନାଗରିକଙ୍କ ମୃତଦେହ ଆମ ଉପରେ ଲଦି ଦେଇଛି। ଏହା ଦର୍ଶାଉଛି ଯେ ସେମାନେ ସେମାନଙ୍କ ସୈନିକ ଏବଂ ଯୁଦ୍ଧ ପ୍ରତି କେତେ ଦାୟିତ୍ୱହୀନ। କିଛି ମୃତଦେହ ପାଖରେ ରୁଷିଆ ପାସପୋର୍ଟ ମଧ୍ୟ ମିଳିଛି ।’

 ସେ କହିଛନ୍ତି ଯେ, ରୁଷ ଦାବି କରିଥିଲା  ସବୁ ମୃତଦେହ ୟୁକ୍ରେନୀୟ ସୈନିକଙ୍କର, କିନ୍ତୁ ମୃତଦେହ ମଧ୍ୟରୁ ଜଣେ ପାଖରେ ମିଳିଥିବା ପାସପୋର୍ଟ ଏବଂ ପରିଚୟପତ୍ର ପ୍ରମାଣିତ କରୁଛି ଯେ, ସେ ମସ୍କୋର ବାସିନ୍ଦା । ଏଥିରେ ଇସ୍ରାଏଲ ନାଗରିକଙ୍କ ମୃତଦେହ ମଧ୍ୟ ସାମିଲ ଥିଲା । ଜେଲେନ୍ସକି କହିଛନ୍ତି ଯେ, ଇସ୍ତାନବୁଲରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ସିଧାସଳଖ ଶାନ୍ତି ଆଲୋଚନାର ଏକମାତ୍ର ଠୋସ୍ ଫଳାଫଳ ହେଉଛି ଯୁଦ୍ଧବନ୍ଦୀ ଏବଂ ମୃତ ସୈନିକଙ୍କ ମୃତଦେହ ଆଦାନପ୍ରଦାନ । 

 ଜୁନ୍ ମାସରେ ଉଭୟ ପକ୍ଷ ୬ ହଜାର ମୃତଦେହ ବିନିମୟ କରିବାକୁ ରାଜି ହୋଇଥିଲେ । କିନ୍ତୁ ଏତେ ସଂଖ୍ୟକ ମୃତଦେହକୁ ଚିହ୍ନଟ କରିବା ଏବଂ ଫୋରେନସିକ୍ ପରୀକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ସମୟ ନଥିବାରୁ ୟୁକ୍ରେନ୍ ଚିନ୍ତିତ ଥିଲା। ଜେଲେନସ୍କି ସନ୍ଦେହ କରିଥିଲେ ଯେ, ରୁଷ ଶାନ୍ତି ଆଲୋଚନା କରିବାର ଅଭିନୟ କରି ଆମେରିକାକୁ ସନ୍ତୁଷ୍ଟ କରିବାକୁ ଏବଂ କଟକଣାକୁ ଏଡାଇବାକୁ ଚେଷ୍ଟା କରୁଛି । ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

 ସେ କହିଛନ୍ତ, ‘ଆମକୁ ନିଷ୍ପତ୍ତି ନେବାକୁ ପଡିବ ଯେ, ଇସ୍ତାନବୁଲରେ ଆଲୋଚନା ଜାରି ରଖିବା କି ନାହିଁ । କାରଣ ଏହା ଆମ ପାଇଁ ଏକ କଷ୍ଟକର ପ୍ରଶ୍ନ।’ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଜେଲେନ୍ସକି ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ରୁଷ ସହିତ ଇରାନର ସାମରିକ ମେଣ୍ଟ ଯୋଗୁଁ ୟୁକ୍ରେନ କଷ୍ଟ ପାଉଛି। ୟୁକ୍ରେନୀୟ ରାଷ୍ଟ୍ରପତି କହିଛନ୍ତି, ‘ଇରାନ ରୁଷକୁ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଯୋଗାଇଥିଲା । ଏସବୁ ଆମ ବିରୁଦ୍ଧରେ ବ୍ୟବହାର କରାଯାଉଛି। ଯଦି ଇରାନର ଅସ୍ତ୍ର ତିଆରି କ୍ଷମତା ହ୍ରାସ ପାଏ, ତେବେ ଏହା ଆମ ପାଇଁ ଭଲ । 

 ସେ ଏହା ମଧ୍ୟ କହିଛନ୍ତି ଯେ, ରୁଷ ଇରାନରୁ ମିଳିଥିବା ଶାହେଦ ଡ୍ରୋନଗୁଡ଼ିକୁ ପରିବର୍ତ୍ତନ କରି ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ରୁଷ ନଭେମ୍ବର ୨୦୨୪ରେ ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ ଓରେନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହି କ୍ଷେପଣାସ୍ତ୍ର ଉତ୍ପାଦନରେ ସାମିଲ ଥିବା ୩୯ ରୁଷୀୟ କମ୍ପାନୀ ମଧ୍ୟରୁ ୨୧ ଟି କମ୍ପାନୀକୁ ଏପର୍ଯ୍ୟନ୍ତ ମଞ୍ଜୁରି ଦିଆଯାଇ ନାହିଁ। ଏହି କମ୍ପାନୀଗୁଡ଼ିକୁ ତୁରନ୍ତ କାହିଁକି ନିଷିଦ୍ଧ କରାଯାଇ ନଥିଲା ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଶ୍ନ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.