ପ୍ରମୂଖ ଖବର
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ରାଜନାଥ ସିଂଙ୍କ ସହ ଫୋନରେ କଥା ହେଲେ ରୁଷ ପ୍ରତିରକ୍ଷା ମନ୍ତ୍ରୀ, ଦ୍ବିପାକ୍ଷୀକ ସମ୍ପର୍କକୁ ମଜବୁତ୍ କରିବା ନେଇ ହେଲା ଆଲୋଚନା...

Published By : Prameya | December 10, 2024 10:13 PM

ନୂଆଦିଲ୍ଲୀ: ରୁଷ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେଇ ବେଲୋସୋଭ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂଙ୍କ ସହ ଫୋନରେ କଥା ହୋଇଛନ୍ତି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି ଯେ, ପାରସ୍ପରିକ ସମ୍ମାନ ଉପରେ ଆଧାର କରି ରୁଷ ଏବଂ ଭାରତ ମଧ୍ୟରେ ଏକ ଦୃଢ ଏବଂ ଦୀର୍ଘ ଦିନର ବନ୍ଧୁତା ରହିଛି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। 

ମନ୍ତ୍ରଣାଳୟ କହିଛି ଯେ, ଜୁଲାଇରେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ବୈଠକ ଏବଂ ଅକ୍ଟୋବରରେ କାଜାନରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ଆଲୋଚନାରେ ବିଶେଷ ରଣନୀତି ଗଭୀର ହୋଇଛି । ଏହି ବିବୃତ୍ତିରେ ବେଲୋସୋଭଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ସର୍ବୋଚ୍ଚ ସ୍ତରରେ ହୋଇଥିବା ସମସ୍ତ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ବିବୃତ୍ତି ଅନୁଯାୟୀ, ରୁଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରୁଷ ଏବଂ ଭାରତ ମଧ୍ୟରେ ସାମରିକ ସହଯୋଗ ସୁଦୃଢ ହେବ ।ସେମାନଙ୍କର ସାକ୍ଷାତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବ । 

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଏହି ସମୟରେ ଭାରତ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତ ଉପରେ ଅନେକ ପ୍ରକାରର ସରକାରୀ ତଥା ବେସରକାରୀ ଚାପ ରହିଛି। କିନ୍ତୁ ଭାରତ ନିଷ୍ପତ୍ତି ନେଇଛି ଯେ ଏହା କେବଳ ରୁଷ ସହିତ ନିଜର ଘନିଷ୍ଠ ସମ୍ପର୍କକୁ ବଜାୟ ରଖିବ ନାହିଁ, ବରଂ ଏହି ସମ୍ପର୍କକୁ ଆହୁରି ଗଭୀର ଏବଂ ବିସ୍ତାର କରିବ । ଆମେ ସବୁବେଳେ ଆମର ରୁଷୀୟ ସାଥୀ ମାନଙ୍କ ସହିତ ରହିବୁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.