ନୂଆଦିଲ୍ଲୀ : ଉତ୍ତର ସାମୁଦ୍ରିକ ମାର୍ଗରେ ବାଣିଜ୍ୟକୁ ବୃଦ୍ଧି କରାଇବା ପାଇଁ ଭାରତ ଓ ରୁଷ୍‌ର ୱାର୍କିଂ ଗ୍ରୁପ୍‌ସର ମିଟିଂରେ ଚୁକ୍ତି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଦେଶ ନୂଆ ସାମୁଦ୍ରିକ ରାସ୍ତାକୁ ବିକଶିତ କରିବା ଦିଗରେ କାମ କରୁଛନ୍ତି। ଏହି ନୂଆ ସାମୁଦ୍ରିକ ରାସ୍ତାରେ ଉଭୟ ମିତ୍ର ଦେଶ ମଧ୍ୟରେ ବ୍ୟବଧ୍ୟାନ ହ୍ରାସ ପାଇବ , ଯେଉଁଥିରେ ବାଣିଜ୍ୟରେ ବୃଦ୍ଧି ଘଟିବ। ବର୍ତ୍ତମାନ ସମୟରେ ଦୁଇ ଦେଶର ବ୍ୟାପାରର ଏକ ବଡ଼ ପାର୍ଟ ଲାଲ୍‌ ସାଗର ମଧ୍ୟଦେଇ ଯାଇଛି, କିନ୍ତୁ ଏହି କ୍ଷେତ୍ରରେ ଚାଲୁ ଥିବା ଯୁଦ୍ଧର ଆଶଙ୍କା ମଧ୍ୟରେ ବାଣିଜ୍ୟ ଉପରେ ସଙ୍କଟ ଆହୁରି ଅଧିକ ବଢି ଯାଇଛି। 

ବୈଶ୍ୱିକ ପରିଦୃଶ୍ୟକୁ ଦେଖି ରୁଷ୍‌ ପକ୍ଷରୁ ଏହି ପ୍ରକଳ୍ପ ଉପରେ ଗତ ଅନେକ ବର୍ଷରୁ କାମ କରିବାକୁ ଚେଷ୍ଟା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଜୁଲାଇରେ ହୋଇଥିବା ଶିଖର ବାର୍ତ୍ତାରେ, ପରସ୍ପରର ସହଯୋଗରେ ଉତ୍ତର ସାମୁଦ୍ରିକ ମାର୍ଗରେ ଏକ କାର୍ଯ୍ୟ ଗ୍ରୁପ୍‌ ସ୍ଥାପିତ କରିବାର ନିଷ୍ପତ୍ତି ନିଆଯାଇ ଥିଲା। ୧୦ ଅକ୍ଟୋବରରେ ଏହି କାର୍ଯ୍ୟ ସମୂହର ପ୍ରଥମ ବୈଠକ ନୂଆଦିଲ୍ଲୀରେ ଆୟୋଜିତ କରାଯାଇଛି, ଯେଉଁଥିରେ ଏହି ସାମୁଦ୍ରିକ ରାସ୍ତା ସହ ଭାରତୀୟ ଓ ରୁଷୀୟ ସିପମେଣ୍ଟର ଲକ୍ଷ୍ୟ, ଆର୍କଟିକ୍ ଜାହାଜ ନିର୍ମାଣ ପାଇଁ ସଂଯୁକ୍ତ ପ୍ରକଳ୍ପ ଓ ପୋଲାର ନେଭିଗେସନ ପାଇଁ ଭାରତୀୟ ନାଭିକଙ୍କୁ ଟ୍ରେନିଂ ସେସନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।   

ଉତ୍ତର ସାମୁଦ୍ରିକ ମାର୍ଗ ୟୁରେସିଆର ପଶ୍ଚିମୀ ଭାଗକୁ ଇଣ୍ଡୋ ପେସିଫିକ୍‌କୁ ଯୋଡ଼ୁଥିବା ସବୁଠୁ ଛୋଟ ସାମୁଦ୍ରିକ ରାସ୍ତା , ରୁଷିଆ ସରକାର   ୨୦୧୮ରେ ଏହି ମାର୍ଗ ପାଇଁ ବେସିକ୍‌ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ପରିଚାଳିତ ପରମାଣୁ ଶକ୍ତି ଏଜେନ୍ସି ରୋସାଟମକୁ ନିଯୁକ୍ତ କରିଥିଲା। ଦୁଇ ଜଣ ଭାରତୀୟ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି କି,ଭାରତ ଉତ୍ତର ସାମୁଦ୍ରିକ ମାର୍ଗ ଓ ପୂର୍ବ ସାମୁଦ୍ରିକ ରାସ୍ତାରେ ରୁଚି ରଖିଛି, କାରଣ ଏହି ଦୁଇଟି ରୁଷ୍‌ରୁ ଆସୁଥିବା ଏନର୍ଜି ସପ୍ଲାଇକୁ ସ୍ପଷ୍ଟ କରିଥାନ୍ତି।