ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଖାରକିଭ୍ ଉପରେ ରୁଷର ଭୟଙ୍କର ଆକ୍ରମଣ; ୩ ମୃତ, ୨୧ ଆହତ

Published By : Bijay Swain | June 7, 2025 10:10 PM

ଖାରକିଭ: ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭ୍ ରେ ଶନିବାର ଭୋରରୁ ରୁଷର ଏକ ଶକ୍ତିଶାଳୀ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଛି। ସହରର ମେୟର ଇଗୋର ଟେରେଖୋଭ ଏହାକୁ ୨୦୨୨ରେ ରୁଷର ଆକ୍ରମଣ ଆରମ୍ଭ ହେବା ପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କହିଛନ୍ତି। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ୧୪ ବର୍ଷୀୟା ବାଳିକା ମଧ୍ୟ ଅଛନ୍ତି।

ଖାରକିଭ୍ ର ଆଞ୍ଚଳିକ ଗଭର୍ଣ୍ଣର ଓଲେହ ସିନିଏହୁବୋଭଙ୍କ ମୁତାବକ, ଏହି ଆକ୍ରମଣରେ ରୁଷ ପ୍ରାୟ ୫୩ଟି ଡ୍ରୋନ, ୪ଟି ଗାଇଡେଡ୍ ବମ୍ବ ଓ ଗୋଟିଏ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ଏହା ଫଳରେ ସାଧାରଣ ନାଗରିକ ରହୁଥିବା ଅଞ୍ଚଳ ଓ ଶକ୍ତି ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନର ବିଦେଶ ମନ୍ତ୍ରୀ ଆନ୍ଦ୍ରି ସିବିହା ଏହାକୁ “ଆତଙ୍କବାଦ” କର୍ଯ୍ୟକଳାପ ବୋଲି କହିବା ସହ ଏହାର ଘୋର ନିନ୍ଦା କରିଛନ୍ତି।

ଏହା ପୂର୍ବରୁ ୟୁକ୍ରେନ ରୁଷର ୪ଟି ଏୟାରବେସ୍‌ରେ ଡ୍ରୋନ ଆକ୍ରମଣ କରିଥିଲା। ଯାହାକୁ କିଭ୍ ଯୁଦ୍ଧର ସବୁଠାରୁ ଦୂରଗାମୀ ଆକ୍ରମଣ ବୋଲି ଦାବି କରିଛି। ଏହି ଆକ୍ରମଣକୁ ରୁଷର ପ୍ରତିଶୋଧ ବୋଲି ଅନୁମାନ କରାଯାଉଛି। ଏହାସହ ଦେଶର ଅନ୍ୟ ଅଞ୍ଚଳ ଯଥା ଲିଭ୍, ଟେର୍ନୋପିଲ ଓ କିଭ୍‌କୁ ମଧ୍ୟ ଟାର୍ଗେଟ କରାଯାଇଛି ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତି ଜେଲେନସ୍କି ରୁଷ ଉପରେ ଅଧିକ ଚାପ ସୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଖାରକିଭ, ଯାହା ରୁଷ ସୀମାନ୍ତ ନିକଟରେ ଅବସ୍ଥିତ, ଗତ ତିନି ବର୍ଷ ଧରି ନିରନ୍ତର ଭାବେ ଆକ୍ରମଣର ସାମ୍ନା କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.