ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ୟୁକ୍ରେନର ସୁମିରେ ଋଷର ଆକ୍ରମଣ; ମିଶାଇଲ ମାଡ଼ରେ ଚାଲିଗଲା ୨୧ ଜଣଙ୍କ ଜୀବନ

Published By : Soubhagya Ranjan | April 13, 2025 8:40 PM

Image source: TV9

ନୂଆଦିଲ୍ଲୀ,୧୩/୦୪: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି। ଋଷ ଏକ ବିପଜ୍ଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ସୁମି ଉପରେ ଆକ୍ରମଣ କରି ସୁମିରେ ବ୍ୟାପକ ଧ୍ୱଂସ ଘଟାଇଛି। ଏହି ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଋଷର କ୍ଷେପଣାସ୍ତ୍ର ସହର ରାସ୍ତା, ସାଧାରଣ ଜୀବନ - ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ କାରକୁ ଟାର୍ଗେଟ କରିଛି। ରବିବାର ଦିନ ଯେତେବେଳେ ଲୋକମାନେ ଚର୍ଚ୍ଚକୁ ଯାଉଥିଲେ ସେତେବେଳେ ଏହି ଆକ୍ରମଣ ହୋଇଥିଲା। 

ଏହି ଆକ୍ରମଣ ଋଷ-ୟୁକ୍ରେନ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ବିବେଚନା କରାଯାଉଛି ଏବଂ ଏହା ପରେ ଯୁଦ୍ଧ ଏକ ବିପଜ୍ଜନକ ରୂପ ନେଇପାରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରାୟ ୨୧ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସମସ୍ତ ଜରୁରୀ ସେବା ଘଟଣାସ୍ଥଳରେ କାର୍ଯ୍ୟ କରୁଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଜେଲେନସ୍କିଙ୍କ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ବିଶ୍ବ ଏହାର ଜବାବ ଦେବା ଉଚିତ୍। ଯୁକ୍ତରାଷ୍ଟ୍ର, ୟୁରୋପ, ଦୁନିଆର ସମସ୍ତେ ଏହି ଯୁଦ୍ଧ ଏବଂ ଏହି ହତ୍ୟାକାଣ୍ଡକୁ ଶେଷ କରିବାକୁ ଚାହୁଁଛନ୍ତି। ଋଷ ଚାହୁଁଛି ଏବଂ ଏହି ଯୁଦ୍ଧକୁ ଟାଣି ନେଉଛି। ଋଷ ଉପରେ ଚାପ ବିନା ଶାନ୍ତି ଅସମ୍ଭବ। କଥାବାର୍ତ୍ତା କେବେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏରିଲ୍ ବୋମାକୁ ବନ୍ଦ କରିବ ନାହିଁ। ଋଷ କେବଳ ଆତଙ୍କବାଦୀ ସ୍ବରୁପ ମନୋଭାବ ରଖୁଛି। କ୍ଷେପଣାସ୍ତ୍ର ଦ୍ବାରା ହୋଇଥିବା ବ୍ୟାପକ ଧ୍ୱଂସ ସୋସିଆଲ ମିଡିଆରେ ସେୟାର ହୋଇଥିବା ଚିତ୍ରରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ଯାନବାହଦ କ୍ଷତିଗ୍ରସ୍ତ ହୋଇଛି ଏବଂ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ସାଉଦି ଆରବରେ ଗତ ମାସରେ ଅନୁଷ୍ଠିତ ଏକ ସଭାରେ ସକାରାତ୍ମକ ସିଦ୍ଧାନ୍ତରେ ପହଞ୍ଚିଥିବା ଅସ୍ତ୍ରବିରତି ଆଲୋଚନାକୁ କ୍ଷତି ପହଞ୍ଚାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.