ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

RIC କୁ ନେଇ ରୁଷର ପ୍ରସ୍ତାବକୁ ଗ୍ରହଣ କରିପାରେ ଭାରତ, ତେବେ ଚୀନ୍ ଉପରେ ଉପରେ ଆସୁନି ବିଶ୍ବାସ

Published By : Harapriya Biswal | June 5, 2025 5:39 PM

ନୂଆଦିଲ୍ଲୀ,୫।୬:  RIC ଅର୍ଥାତ ରୁଷ-ଭାରତ ଓ ଚୀନ୍ ତ୍ରିପାକ୍ଷିକ ସମୁହକୁ ପୁଣି ଠିଆ କରିବାକୁ ଭାରତ ପ୍ରସ୍ତୁତ। ବନ୍ଧୁ ରାଷ୍ଟ୍ର ରୁଷର ପ୍ରସ୍ତାବକୁ ଗ୍ରହଣ କରିପାରେ। ଏପରିକି ଆମେରିକାର ଚାପ ମଧ୍ୟ କରିପାରିବନି ପ୍ରଭାବିତ। ଯାହାକି ଭାରତର ସ୍ବତନ୍ତ୍ର ବୈଦେଶିକ ନୀତିକୁ ଦର୍ଶାଉଛି। ତେବେ ଚୀନ୍ ସହ ବିଶ୍ବାସର ଅଭାବ ଆଗକୁ ସାଜିପାରେ ଚ୍ୟାଲେଞ୍ଜ।

ଗତ କିଛି ମାସରେ ବିଶ୍ବମଞ୍ଚରେ ଭୂ-ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଆକ୍ରାମକ ବାଣିଜ୍ୟ ନୀତି ଓ କୁଟନୈତିକ ଚାପ ବଢାଇବାରେ ଲାଗିଛନ୍ତି। ତେବେ ଭାରତ ନିଜର ସ୍ବତନ୍ତ୍ର ବୈଦେଶିକ ନୀତିକୁ ଆହୁରି ମଜବୁତ କରିବା ଦିଗରେ ଆଗକୁ ବଢୁଛି। ଏହା ଭିତରେ ଭାରତର ପୁରୁଣା ଓ ଭରସାଯୋଗ୍ୟ ବନ୍ଧୁ ରୁଷ-ଭାରତ-ଚୀନ୍‌ (ଆଇଆଇସି) ତ୍ରିପାକ୍ଷିକ ଶିଖର ସମ୍ମିଳନୀକୁ ପୁଣିଥରେ ଆରମ୍ଭ କରିବାର ପ୍ରସ୍ତାବ ରଖିଛି। ଏହାକୁ ଭାରତ ସକାରତ୍ମକ ଭାବରେ ନେଇଛି। ଏବେ କେବଳ ପ୍ରସ୍ତାବକୁ ମଞ୍ଜୁରୀ ଦେବାର ବାକି ଅଛି।

RIC ର ଆରମ୍ଭ ୧୯୯୦ ଦଶକରେ ରୁଷର ତତ୍କାଳୀନ ପ୍ରଧାନମନ୍ତ୍ରୀ ୟେଭେଗେନି ପ୍ରିମାକୋଭ ଆରମ୍ଭ କରିଥିଲେ। ଏହାର ଉଦେଶ୍ୟ ଥିଲା ଏଭଳି ବ୍ୟବସ୍ଥା ତିଆରି କରାଯିବ ଯେପରି ପାଶ୍ଚାତ୍ୟ ଦେଶ, ବିଶେଷ ଭାବରେ ଆମେରିକାର ନେତୃତ୍ବକୁ ଚ୍ୟାଲେଞ୍ଜ ଦେବା। ତେବେ ୨୦୨୦ ରେ ଭାରତ-ଚୀନ୍ ମଧ୍ୟରେ ଗଲଓ୍ବାନ ଘାଟିରେ  ସଂଘର୍ଷ ପରେ ଆରଆଇସି ନିଷ୍କ୍ରିୟ ହୋଇଯାଇଥିଲା। ଭାରତ-ଚୀନ୍ ଭିତରେ ବିବାଦ ଏତେ ବଢି ଯାଇଥିଲା ଯେ, ଦୁଇ ଦେଶର ନେତା ପରସ୍ପର ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ବନ୍ଦ କରିଦେଇଥିଲେ। ଏହି ସମୟରେ ଆମେରିକା,ଜାପାନ ଓ ଅଷ୍ଟେ୍ରଲିଆ ସହ ଭାରତ କ୍ବାଡ ମେଣ୍ଟକୁ ଆହୁରି ମଜବୁତ କରିଥିଲା। ଯାହାକୁ ଚୀନ୍ ବିରୋଧରେ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଥିଲା। ଅନ୍ୟପକ୍ଷେ ଭାରତ ଓ ଚୀନ ଭିତରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା ରୁଷ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.