ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୮୦ ବର୍ଷ ପୂର୍ତ୍ତିରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷ୍‌, ନବୀନଙ୍କୁ ନିମନ୍ତ୍ରଣ

Published By : Rasmita Pradhan | May 6, 2025 2:47 PM

ଭୁବନେଶ୍ୱର, ୦୬/୦୫ : ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷିଆ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ୍‌ ୟୁନିୟନ୍‌କୁ ସହାୟତାର ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ ୯ ତାରିଖରେ ବିଶ୍ୱଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଏଥିପାଇଁ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ୍‌ ଦୂତାବାସ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଏନେଇ ରୁଷ୍‌ ରାଷ୍ଟ୍ରଦୂତ ଡେନିସ୍‌ ଆଲିପଭ୍‌ ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି । 

ଏହି ଉତ୍ସବରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ରେ ବିଜୁ ପଟ୍ଟନାୟକଙ୍କୁ ଜୁବୁଲି ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢ଼ିଥିବା ହିରୋମାନଙ୍କୁ ସମ୍ମାନିତ କରାଯିବ। ଏହି ମହାନ୍‌ ଯୋଦ୍ଧାମାନଙ୍କ ମଧ୍ୟରେ ରହିଛନ୍ତି ବିଜୁ ପଟ୍ଟନାୟକ। ବିଜୁ ସେ ସମୟରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଏୟାରୱେଜ୍‌ରେ ପାଇଲଟ୍‌ ଥିଲେ । ରୁଷ୍‌ର ରେଡ୍‌ ଆର୍ମିକୁ ସହଯୋଗ ପାଇଁ ତାଙ୍କୁ ଗୁରୁ ଦାୟିତ୍ୱ ମିଳିଥିଲା । 

ଉତ୍ସବ ଅବସରରେ ଯୁଦ୍ଧରେ ସହାୟତା କରିଥିବା ବିଜୁଙ୍କ ସମେତ ଅନ୍ୟ ହିରୋମାନଙ୍କର ଏକ ନାମଫଳକ ଅନାବରଣ କରିବେ ରୁଷ୍‌ ରାଷ୍ଟ୍ରଦୂତ । ଏହାକୁ ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ସ୍ୱାଗତ କରିବା ସହ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ଏଥିସହ ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ, ଦ୍ୱିତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ ସଂଗ୍ରାମ, ଭାରତ-ଚୀନ, ଭାରତ-ପାକିସ୍ତାନ ଯୁଦ୍ଧ କଥା ସ୍କୁଲ ବହିରେ ପ୍ରକାଶ ପାଇଲେ ଆଗାମୀ ପିଢ଼ି ତାଙ୍କ ଦେଶପ୍ରେମ ଓ ଅବଦାନ ବିଷୟରେ ଅବଗତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟର ୩୨୯ ଶିଶୁ ଯତ୍ନ ପ୍ରତିଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଯାଞ୍ଚ ହେବ ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥିତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.