ନୂଆଦିଲ୍ଲୀ,୧୯।୧୦: ରୁଷ-ୟୁକ୍ରେନ ଭିତରେ ଲଗାତାର ଉତ୍ତେଜନା ବଢିବାରେ ଲାଗିଛି। ୟୁକ୍ରେନ୍ ଶନିବାର-ରବିବାର ରାତିରେ ରୁଷର ଔରେବର୍ଗ ଅଞ୍ଚଳରେ ଥିବା ବିଶ୍ବର ସବୁଠାରୁ ବଡ ଗ୍ୟାସ୍ ପ୍ଲାଣ୍ଟ ଉପରେ ଡ୍ରୋନ ମାଡ କରିଛି। ଏହି କାରଣରୁ ପ୍ଲାଣ୍ଟର ଓ୍ବାର୍କସପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା।  ସ୍ଥାନୀୟ ରାଜ୍ୟପାଳ ୟେଭଗନି ସାଲଣ୍ଟସେଭ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଘଟଣାର ସୂଚନା ଦେଇଛନ୍ତି। ତାଙ୍କର କହିବା ଅନୁସାରେ, ଆକ୍ରମଣ କାରଣରୁ ପ୍ଲାଣ୍ଟରେ ସୀମିତ ପରିମାଣର କ୍ଷତି ହୋଇଛି, କିନ୍ତୁ କମର୍ଚାରୀ ଆହତ ହୋଇ ନାହାନ୍ତି। ଏମର୍ଜେନ୍ସି ଟିମ୍ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ଉଲ୍ଲେଖନୀୟ,ଯେ, ଏହା ଦୁନିଆ ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟ ୟୁନିଟ୍‌ର ଏକ ଅଂଶ। ଏହାର ବାର୍ଷିକ କ୍ଷମତା ୪୫ ବିଲିୟନ ଘନ ମିଟର। ସୋଲେଣ୍ଟସେଭ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଜାରି କରିଥିବା ବୟାନରେ କହିଛି ଏହାର ବାୟୁ ପ୍ରତିରକ୍ଷା ଦଳ ରାତିସାରା ୟୁକ୍ରେନ ମାଡ଼ କରିଥିବା ୪୫ ଡ୍ରୋନ୍‌କୁ ନଷ୍ଟ କରି ଦେଇଛି। ଯାହା ଭିତରେ ଗୋଟିଏ ଓରେନବର୍ଗରେ ପଡିଥିଲା। ସେଭଳି ମୋଟ ୨୩ଟି ଡ୍ରୋନ୍ ପଡୋଶୀ ସମାରା ଓ ସାରାତୋଭ ଅଞ୍ଚଳକୁ ନଷ୍ଟ କରିଥିଲା।

ଏହି ଘଟଣା ୟୁକ୍ରେନର ସେହି ରଣନୈତିକ ଯୋଜନାର ଅଂଶ, ଯେଉଁଥିରେ ଅଗଷ୍ଟ ମାସରୁ ରୁଷର ତେଲ ଶୋଧନ ୟୁନିଟ୍‌ ଓ ପାଓ୍ବାର ୟୁନିଟକୁ ଟାର୍ଗେଟ କରାଯାଇଥିଲା। ଏହା ଉଦେଶ୍ୟ ହେଉଛି ରୁଷର ପେଟ୍ରୋଲ ସପ୍ଲାଇରେ ବାଧା ସୃଷ୍ଟି କରିବା ଓ ମସ୍କୋର ସାମରିକ ଆର୍ଥିକ ସହାୟତାକୁ ଦୁର୍ବଳ କରିବା। ଚଳିତ ମାସ ଆରମ୍ଭରୁ ମଧ୍ୟ ଓରସ୍କ ସହରର  ପେଟ୍ରୋଲିୟମ୍‌ ରିଫାଇନାରୀ ଉପରେ ଡ୍ରୋନ୍ ହମଲା ହୋଇଥିଲା।  ଏହି ହମଲା ପରେ ମସ୍କୋରେ ହାଇ ଆର୍ଲଟ ଜାରି କରାଯାଇଛି।