ନୂଆଦିଲ୍ଲୀ: ରୁଷ ପୁଣି ଥରେ ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଛି । ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ଏହାକୁ ଧ୍ବଂସ କରିଛି, ଯାହା ଫଳରେ ଆଜି (ଗୁରୁବାର) ସାରା ୟୁକ୍ରେନରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଛି । ଅଧିକାରୀଙ୍କ ଅନୁଯାୟୀ,ୟୁକ୍ରେନର ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ସମଗ୍ର ଦେଶ ଏବେ ଅନ୍ଧାରରେ ରହିଛି। ଏହା ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ଋଷ କରିଥିବା ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

ରୁଷ ସେନାର ଆକ୍ରମଣରେ ୟୁକ୍ରେନ ଗଭୀର କ୍ରୋଧିତ ହୋଇଛି । ୟୁକ୍ରେନ ପ୍ରଧାନମନ୍ତ୍ରୀ ରୁଷର ଏହି ରଣନୀତିକୁ "ବ୍ୟବସ୍ଥିତ ଶକ୍ତି ଆତଙ୍କ" ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ଅତି କମରେ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। ରୁଷ ଏବେ ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା ଜାରି ରଖିଛି, ଯାହା ସାରା ଦେଶରେ ହାହାକାର ସୃଷ୍ଟି କରିଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି କହିଛନ୍ତି ଯେ, ଆକ୍ରମଣରେ ରୁଷ ୬୫୦ ରୁ ଅଧିକ ଡ୍ରୋନ୍ ଏବଂ ବିଭିନ୍ନ ପ୍ରକାରର ୫୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୟୁକ୍ରେନୀୟ ସହର ଗୁଡ଼ିକ ଜଳ, ସ୍ୱେରେଜ ଏବଂ ଗରମ ବ୍ୟବସ୍ଥା ପରିଚାଳନା ପାଇଁ କେନ୍ଦ୍ରୀକୃତ ସାର୍ବଜନୀନ ଭିତ୍ତିଭୂମି ଉପରେ ନିର୍ଭର କରନ୍ତି ଏବଂ ବିଦ୍ୟୁତ ଯୋଗାଣରେ ବାଧା ଏହି ସେବା ଗୁଡ଼ିକୁ ବାଧାପ୍ରାପ୍ତ କରେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ୟୁଲିଆ ସେରିଡେଙ୍କୋ କହିଛନ୍ତି,"ଋଷ ଏହାର ପଦ୍ଧତିଗତ ଶକ୍ତି ଆତଙ୍କ ଜାରି ରଖିଛି । ଏହାର ଲକ୍ଷ୍ୟ ହେଉଛି ୟୁକ୍ରେନକୁ ଅନ୍ଧାରରେ ଫୋପାଡ଼ି ଦେବା; ଆମର ଲକ୍ଷ୍ୟ ହେଉଛି ଆଲୋକକୁ ସଂରକ୍ଷଣ କରିବା।" ସେ କହିଛନ୍ତି ଯେ,"ଏହି ଆତଙ୍କକୁ ବନ୍ଦ କରିବା ପାଇଁ, ୟୁକ୍ରେନକୁ ଅଧିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ମସ୍କୋ ବିରୁଦ୍ଧରେ କଠୋର କଟକଣା ଏବଂ ରୁଷ ଉପରେ ସର୍ବାଧିକ ଚାପ ଆବଶ୍ୟକ।