ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଗଲା ଆଉ ଜଣେ ଟିଭି ସାମ୍ବାଦିକାଙ୍କ ଜୀବନ, ୨୦୨୨ ଠାରୁ ଏଯାଏଁ ହେଲାଣି ୨୦ ଜଣଙ୍କ ମୃତ୍ୟୁ…

Published By : Prameya | March 27, 2025 5:59 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଆମେରିକା ଦୁଇ ଦେଶ ମଧ୍ୟରେ ନିରନ୍ତର ଭାବରେ ଶାନ୍ତି ଆଲୋଚନା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏହା ସତ୍ତ୍ୱେ ଆକ୍ରମଣ ଏବେ ବି ଚାଲିଛି। ଏହି ଯୁଦ୍ଧରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି । ଅନେକ କୋଠା ଧ୍ୱଂସ ହୋଇଯାଇଛି। ଏହି କ୍ରମରେ ୟୁକ୍ରେନୀୟ ସୀମା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରୁଷିଆନ୍ ଟିଭି ସାମ୍ବାଦିକା ଆନ୍ନା ପ୍ରୋକୋଫିଭାଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ତାଙ୍କ କ୍ୟାମେରା ମ୍ୟାନ୍ ଗୁରୁତର ଆହତ ହୋଇଛନ୍ତି। ଏବେ ଆସନ୍ତୁ ଜାଣିବା ଆନ୍ନା ପ୍ରୋକୋଫିଭା କିଏ ? 

ରଏଟର୍ସ ସରକାରୀ ଗଣମାଧ୍ୟମକୁ ଉଦ୍ଧୃତ କରି କହିଛି ଯେ, ଆନ୍ନା ପ୍ରୋକୋଫିଭା ଏବଂ କ୍ୟାମେରାମ୍ୟାନ୍ ଦିମିତ୍ରୀ ଭୋଲକୋଭ ୟୁକ୍ରେନୀୟ ସେନା ଦ୍ୱାରା ବିଛା ଯାଇଥିବା ଏକ ଲ୍ୟାଣ୍ଡମାଇନ୍ ଦ୍ୱାରା ଆଘାତ ପାଇଥିଲେ। ଏହି କାରଣରୁ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ତାଙ୍କ କ୍ୟାମେରା ମ୍ୟାନ୍ ଆହତ ହୋଇଛନ୍ତି।

ସୂଚନାଥାଉକି,ଯେ ରୁଷର ଦକ୍ଷିଣ ବେଲଗୋରୋଡ ଅଞ୍ଚଳରେ ୟୁକ୍ରେନରୁ ନିରନ୍ତର ଡ୍ରୋନ ଏବଂ ଗୁଳିମାଡ ଆକ୍ରମଣ ଚାଲିଛି । ୟୁକ୍ରେନ ସୀମାବର୍ତ୍ତୀ ଅନ୍ୟ ଏକ ରୁଷୀୟ ଅଞ୍ଚଳ କୁର୍ସ୍କରୁ ୟୁକ୍ରେନର ପଛକୁ ହଟିବା ମଧ୍ୟରେ ସେଠାରେ ସ୍ଥଳ ଯୁଦ୍ଧ ଜାରି ରହିଛି । ତେବେ ଚଳିତ ସପ୍ତାହର ଆରମ୍ଭରେ, ପୂର୍ବ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ମସ୍କୋ-ନିୟନ୍ତ୍ରିତ ଅଂଚଳରେ ନିଯୁକ୍ତ ଥିବା ଦୁଇ ରୁଷୀୟ ସାମ୍ବାଦିକ ଏବଂ ସେମାନଙ୍କ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଏକ ତୋପ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁସାରେ, ଫେବୃଆରୀ ୨୦୨୨ ରେ ରୁଷିଆ ୟୁକ୍ରେନ ଉପରେ ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିବା ପର ଠାରୁ ପ୍ରାୟ ୨୦ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି।

ମସ୍କୋ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ,ପ୍ରୋକୋଫିଭା୨୦୨୩ ମସିହାରୁ ଚ୍ୟାନେଲ ୱାନ୍ ପାଇଁ ୟୁକ୍ରେନ୍ ଯୁଦ୍ଧକୁ କଭରେଜ୍ କରୁଥିଲେ। ମଙ୍ଗଳବାର ଟେଲିଗ୍ରାମରେ ତାଙ୍କର ଶେଷ ପୋଷ୍ଟରେ ସାମ୍ବାଦିକଙ୍କୁ ସାମରିକ ପୋଷାକ ପିନ୍ଧି ଏବଂ ମୁଣ୍ଡରେ କ୍ୟାମେରା ଧରି ଜଙ୍ଗଲରେ ବସିଥିବାର ଦେଖାଯାଇଥିଲା। ଏହି ପୋଷ୍ଟରେ ସେ ବହୁତ ହସୁଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.