ନୂଆଦିଲ୍ଲୀ, ୨।୧: ରବିବାର ବିଳମ୍ୱିତ ରାତିରେ ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ । ଏହି ଆକ୍ରମଣ କୃଷ୍ଣସାଗରରେ ଥିବା ରୁଷର ତୁଆପ୍ସେ ବନ୍ଦରକୁ ବହୁ କ୍ଷତି ପହଞ୍ଚାଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଏହା ରୁଷର ଅଏଲ ଟର୍ମିନାଲକୁ ପ୍ରଭାବିତ କରିଥିଲା । ଆକ୍ରମଣ ସମୟରେ ରୁଷର ବାୟୁ ପ୍ରତିରକ୍ଷା ୟୁନିଟ୍ ମଝି ଆକାଶରେ ୧୬୪ଟି ୟୁକ୍ରେନୀୟ ଡ୍ରୋନ ନଷ୍ଟ କରିଥିବା ଦାବି କରିଛି ।

ଆକ୍ରମଣର କଡ଼ା ଜବାବ ଦେଉଛି ୟୁକ୍ରେନ:

କ୍ରାସନୋଡାର ପ୍ରଶାସନ ଟେଲିଗ୍ରାମ ମେସେଜିଂ ଆପ୍‌ରେ କହିଛି, "ଟୁଆପ୍ସେରେ ହୋଇଥିବା ୟୁଏଭି ଆକ୍ରମଣର ଜବାବ ଦିଆଯାଉଛି । ଏହି ଆକ୍ରମଣ ୟୁକ୍ରେନର ସାମରିକ ଲଜିଷ୍ଟିକ୍ସକୁ ବାଧା ଦେବା ପାଇଁ ତୀବ୍ର ଅଭିଯାନର ଏକ ଅଂଶ । ତେବେ ଏହି ଆକ୍ରମଣରେ କେହି ମୃତାହତର ହୋଇଥିବାର ରିପୋର୍ଟ ଆସିନାହିଁ ।"

ଅଏଲ୍ ଟର୍ମିନାଲ ଏବଂ ରିଫାଇନାରୀକୁ ଟାର୍ଗେଟ୍:

କ୍ରାସନୋଡାର ଅଞ୍ଚଳ ପ୍ରଶାସନ କହିଛି ଯେ, ଡ୍ରୋନ୍ ଭଗ୍ନାବଶେଷ ପଡ଼ିବା ଯୋଗୁଁ ବନ୍ଦରର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ତୁଆସ୍ପେ ଅଏଲ ଟର୍ମିନାଲ ଓ ରୋସନେଫ୍ଟ-ନିୟନ୍ତ୍ରିତ ଟୁଆପ୍ସେ ତୈଳ ରିଫାଇନାରୀର ଘର ଉପରେ ଏହି ଆକ୍ରମଣ ହୋଇଛି । ଚଳିତ ବର୍ଷ ୟୁକ୍ରେନୀୟ ଡ୍ରୋନ୍ ଦ୍ୱାରା ଉଭୟ ସ୍ଥାନକୁ ଅନେକ ଥର ଟାର୍ଗେଟ୍ କରାଯାଇଛି ।

ସେନା ବେସ୍‌‌ କ୍ୟାମ୍ପକୁ ଟାର୍ଗେଟ୍:

ରୁଷର ପାୱାର ଗ୍ରୀଡ୍ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ କିଭ୍ ରୁଷର ତୈଳ ବିଶୋଧନାଗାର, ଡିପୋ ଏବଂ ପାଇପ୍‌ଲାଇନ ଉପରେ ଆକ୍ରମଣ ବୃଦ୍ଧି କରିଛି । ଏହି ଆକ୍ରମଣର ଲକ୍ଷ୍ୟ ଇନ୍ଧନ ଯୋଗାଣ ଉପରେ ଚାପ ପକାଇବା, ସେନା ବେସ୍‌‌ କ୍ୟାମ୍ପକୁ ବାଧାପ୍ରାପ୍ତ କରିବା ଏବଂ ରୁଷର ଯୁଦ୍ଧକାଳୀନ ଖର୍ଚ୍ଚ ବୃଦ୍ଧି କରିବା । କ୍ରାସନୋଡାର ପ୍ରଶାସନ ଏହା ମଧ୍ୟ ରିପୋର୍ଟ କରିଛି ଯେ, ଡ୍ରୋନ୍ ଭଗ୍ନାବଶେଷ ଟୁଆପ୍ସେ ବାହାରେ ଥିବା ସୋସନୋଭି ଗାଁରେ ଏକ ଆପାର୍ଟମେଣ୍ଟ କୋଠାକୁ କ୍ଷତିଗ୍ରସ୍ତ କରିଛି । ତେବେ ସେଠାରେ ମଧ୍ୟ କେହି ଆହତ ହୋଇଥିବାର ରିପୋର୍ଟ ଆସିନାହିଁ ।