ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିରଜା ମନ୍ଦିରରେ ସୁରକ୍ଷାକର୍ମୀଙ୍କୁ ନାଲିଆଖି, ଭିତରେ ପଶିଲେ ଋଷୀୟ ପର୍ଯ୍ୟଟକ

Published By : Suraj Kumar | March 30, 2025 10:37 PM

 ଯାଜପୁରସଦର,୩୦ା୩(ଆପ୍ର): ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ।   ରବିବାର  ଅପରାହ୍ଣରେ ୨୦ ରୁ ୨୫ ଜଣ ବିଦେଶୀ ପର୍ଯ୍ୟଟକ ସୁରକ୍ଷାକର୍ମୀଙ୍କୁ ନାଲିଆଖି ଦେଖାଇ ମନ୍ଦିର ଭିତରେ ପ୍ରବେଶ କରିବା ସହ ପ୍ରାୟ ୨୦ମିନିଟ୍‌ ଧରି ଭିତରେ ବୁଲାବୁଲି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଦେଖି ମନ୍ଦିର ପରିସରରେ ଥିବା ସେବାୟତ, ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିବା ବେଳେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସର ଅକଲ ଗୁଡ଼ୁମ ହୋଇଯାଇଥିଲା । ପରେ ସେବାୟତ ଓ ପୁଲିସର ମିଳିତ ଉଦ୍ୟମରେ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ମନ୍ଦିର ବାହାରକୁ ଅଣାଯାଇଥିଲା । 

ଖବର ପ୍ରଚାରିତ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ଅପରାହ୍ଣ ପ୍ରାୟ  ପ୍ରାୟ ୩ଟା ୪୫ରେ ୨୦ ରୁ ୨୫ଜଣ ଋଷୀୟ ପୁରୁଷ ଓ ମହିଳା ପର୍ଯ୍ୟଟକ ଏକ ଟ୍ରାଭେଲର୍ସ ଗାଡ଼ିରୁ ଓହ୍ଲାଇ ମନ୍ଦିର ଉତ୍ତରପାଶ୍ୱର୍ରେ ଖୋଲାଥିବା ପ୍ରବେଶ ପଥ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପ୍ରବେଶ ପଥରେ ଉପସ୍ଥିତ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରୁ ସେମାନେ ନାଲିଆଖି ଦେଇ ଜବରଦସ୍ତ ଭିତରକୁ ପଶିଥିଲେ । ଭିତରେ ସେମାନେ ଦଳବଦ୍ଧ ଭାବେ ବୁଲାବୁଲି କରିଥିଲେ । କିଏ ମୋବାଇଲ୍‌ରେ ମନ୍ଦିର ଫଟୋ ଉତ୍ତୋଳନ କରୁଥିଲା ତ ଆଉ କିଏ ମନ୍ଦିର ସମ୍ମୁଖରେ ସେଲ୍ଫ ି ନେଉଥିଲା । ଏହି ଦୃଶ୍ୟ ଦେଖି ମନ୍ଦିରରେ ଥିବା ସେବାୟତ ଓ ଶ୍ରଦ୍ଧାଳୁ ମନ୍ଦିର ସୁରକ୍ଷାରେ ଥିବା ପୁଲିସ କର୍ମଚାରୀଙ୍କୁ ଡ଼ାକିଥିଲେ । ସୁରକ୍ଷା କର୍ମଚାରୀ, ସେବାୟତ ଓ କିଛି ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ପ୍ରାୟ ୨୦ ମିନିଟ ପରେ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ମନ୍ଦିର ବାହାରକୁ ଅଣାଯାଇଥିଲା । ଏଥିପାଇଁ ମନ୍ଦିର ସୁରକ୍ଷାରେ ଥିବା କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିବା ବେଳେ ମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.