ନୂଆଦିଲ୍ଲୀ,୮/୧ : ଋତୁରାଜ ଗାୟକଓ୍ବାଡ଼ଙ୍କ ବିଶ୍ବ ରେକର୍ଡ଼ । ବିରାଟଙ୍କୁ ପଛରେ ପକାଇଲେ ଋତୁରାଜ । ଯାହା ଏବେ ବେଶ ଚର୍ଚ୍ଚାରେ ରହିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଋତୁରାଜ ଗାୟକଓ୍ବାଡ଼ ବିଶ୍ବ ରେକର୍ଡ଼ କରି ନୂଆ ଇତିହାସ ଲେଖିଛନ୍ତି । ୮ଜାନୁଆରୀରେ ବିଜୟ ହଜାରେ ଟ୍ରଫିରେ ଗାୟକଓ୍ବାଡ଼ ଗୋଆ ବିପକ୍ଷରେ ୧୩୪ରନର ପାଳି ଖେଳିଥିଲେ । ଯାହା ଲିଷ୍ଟ-ଏ କ୍ୟାରିୟରରେ ତାଙ୍କର ୨୦ତମ ଶତକ । ପ୍ରକାଶ ଯେ, ସେ ଶତକର ରେକର୍ଡ଼ ନୁହେଁ ବରଂ ସେ ଲିଷ୍ଟ-ଏ କ୍ରିକେଟର ଦୁନିଆରେ ସବୁଠାରୁ ଭଲ ପ୍ରତିଶତରେ ରନ୍ କରିଥିବା ବ୍ୟାଟର ହୋଇଯାଇଛନ୍ତି । ସେ ଅଷ୍ଟ୍ରେଲିଆର ଭେଟରାନ ବ୍ୟାଟର ମାଇକଲ ବେଭାନଙ୍କ ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ଋତୁରାଜ ଗାୟକଓ୍ବାଡ଼ ଏବେ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ମହାରାଷ୍ଟ ଲାଗି ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ହୋଇଯାଇଛନ୍ତି । ସେ ଏବେ ପର୍ଯ୍ୟନ୍ତ ୭ପାଳିରେ ୮୨.୬୦ର ସାନଦାର୍ ପ୍ରତିଶତରେ ୪୧୩ରନ୍ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଗାୟକଓ୍ବାଡ଼ ଏବେ ପର୍ଯ୍ୟନ୍ତ ୨ଥାକ ଏବଂ ଗୋଟିଏ ଅର୍ଦ୍ଧଶତକ ମାରି ସାରିଛନ୍ତି ।
ଲିଷ୍ଟ-ଏ କ୍ରିକେଟରେ ଯେଉଁ ବ୍ୟାଟର ୫୦ ପାଳି ଖେଳିଛନ୍ତି ସେମାନଙ୍କ ମଧ୍ୟରୁ ଗାୟକଓ୍ବାଡ଼ଙ୍କ ପ୍ରତିଶତ ସବୁଠାରୁ ଭଲ ରହିଛି। ଗାୟକଓ୍ବାଡ଼ ଲିଷ୍ଟ-ଏ କ୍ୟାରିୟରରେ ୯୫ ପାଳିରେ ୫,୦୬୦ରନ୍ କରିଛନ୍ତି ଏବଂ ତାଙ୍କର ମୋଟ୍ ପ୍ରତିଶତ ୫୮.୮୩ର ଅଟେ । ଯାହା ଏବେ ପର୍ଯ୍ୟନ୍ତ ଲିଷ୍ଟ-ଏ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ଅଟେ । ସେ ଅଷ୍ଟ୍ରେଲିଆର ମାଇକଲ ବେଭନଙ୍କ ପଛରେ ପକାଇଛନ୍ତି । ଯିଏ ଲିଷ୍ଟ-ଏ କ୍ରିକେଟରେ ୫୭.୮୬ର ପ୍ରତିଶତରେ ରନ୍ କରିଥିଲେ। ଏହି ସୂଚିରେ ଗାୟକଓ୍ବାର୍ଡ଼ ବିରାଟ କୋହଲି ଏବଂ ଚେତେଶ୍ବର ପୂଜାରାଙ୍କୁ ବି ପଛରେ ପକାଇଦେଇଛନ୍ତି ।
୫୮.୮୩ - ଋତୁରାଜ ଗାୟକଓ୍ବାଡ଼
୫୭.୮୬- ମାଇକଲ ବେଭନ
୫୭.୭୬- ସ୍ୟାମ ହଇନ
୫୭.୨୭- ବିରାଟ କୋହଲୀ
୫୭.୦୧- ଚେତେଶ୍ବର ପୂଜାରା