ନୂଆଦିଲ୍ଲୀ,୨୮/୦୩; ସଞ୍ଜୁ ସାମସନଙ୍କୁ ନେଇ ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ଏକ ଖୁଲାସା କରିଛନ୍ତି । ସଞ୍ଜୁ ସାମସନ ଏକ ଦୀର୍ଘ ଦିନର ଇଚ୍ଛା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଦୀର୍ଘ ଧରି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିବାକୁ ଚାହୁଁଥିଲେ ସଞ୍ଜୁ । ଋତୁରାଜ କହିଛନ୍ତି ଯେ, ସାମସନ ତାଙ୍କୁ କହିଥିଲେ ଯେ ସେ ତାଙ୍କ ନେତୃତ୍ୱରେ ଖେଳିବାକୁ ଚାହାଁନ୍ତି । ଆଜି ସତକୁ ସତ ସଞ୍ଜୁ ଚେନ୍ନାଇ ପାଇଁ ଆଇପିଏଲ ଖେଳିବାକୁ ଯାଉଛନ୍ତି ।
ଋତୁରାଜ କଲେ ଖୁଲାସା- ସିଏସକେ ପଡକାଷ୍ଟରେ ଏକ ଆଲୋଚନା ସମୟରେ ଗାଏକୱାଡ କହିଛନ୍ତି, ଯେ କିଛି ବର୍ଷ ପୂର୍ବେ ଇଂଲଣ୍ଡରେ ଏହି ବିଷୟରେ ଉଭୟ ଆଲୋଚନା କରିଥିଲେ। ସେତେବେଳେ ଗାଏକୱାଡ ଦଳର ଅଧିନାୟକ ନଥିଲେ ଏବଂ ଏମଏସ ଧୋନୀ ଦଳର ନେତୃତ୍ୱ ନେଉଥିଲେ। ଗାଏକୱାଡ କହିଥିଲେ, "ଆମେ ଦୁଇ-ତିନି ବର୍ଷ ପୂର୍ବେ ଆଲୋଚନା କରିଥିଲୁ । ଆମେ ଇଂଲଣ୍ଡରେ ଥିଲୁ। ସଞ୍ଜୁ ମୋତେ କହିଛିଲେ ଚେନ୍ନାଇରେ କଣ ଚାଲିଛି । ଚେନ୍ନାଇ ଟିମ୍ ବାବଦରେ ପଚାରିଥିଲେ। ମୁଁ ତାଙ୍କୁ କହିଥିଲି ଯେ, ଯେହେତୁ ତୁମେ ଦକ୍ଷିଣ ଭାରତର, ତୁମେ ନିଶ୍ଚିତ ଭାବରେ ଏହି ଦଳ ପାଇଁ ଖେଳିବା ବିଷୟରେ ବିଚାର କରିବା ଉଚିତ୍। "
ସେ ଆହୁରି କହିଛନ୍ତି ଯେ, ସାମସନ୍ ଉତ୍ତର ଦେଇଥିଲେ ଯେ ସୁଯୋଗ ମିଳିଲେ ସେ ନିଶ୍ଚିତ ଭାବରେ ସିଏସକେରେ ଯୋଗ ଦେବାକୁ ଚାହିଁବେ । ସାମସନ୍ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେ ଅଧିନାୟକତ୍ୱ ପାଇଁ ଦଳରେ ଯୋଗ ଦେବାକୁ ଚାହାଁନ୍ତି ନାହିଁ, କିନ୍ତୁ ଜଣେ ଖେଳାଳି ଭାବରେ ଖେଳିବାକୁ ପସନ୍ଦ କରିବେ। ସଞ୍ଜୁ ମୋତେ କହିଥିଲେ ଯେ ମୁଁ ଅଧିନାୟକ ହେବାକୁ ଆସିବି ନାହିଁ । ମୁଁ ତୁମ ଅଧୀନରେ ଖେଳିବାକୁ ଚାହୁଁଛି । ଏହା ତୁମର ଦଳ ଏବଂ ମୁଁ ଜଣେ ଖେଳାଳି ଭାବରେ ଖୁସି ହେବି । "
ଏହା ବି ପଢନ୍ତୁ...ସିଏସଏକ ନୂଆ ଓପନିଂ କମ୍ବୋ ଫାଇନାଲ, କ୍ୟାପ୍ଟେନ୍ ଋତୁରାଜଙ୍କ ସହ ଓହ୍ଲାଇବ ଏହି ଷ୍ଟାର
କହି ରଖୁଛି କି, ଆଜିଠୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯ । ୫ ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଋତୁରାଜ ଗାଏକୱାଡ ଏବଂ ସଞ୍ଜୁ ସାମସନ ଓପନିଂ କରିବେ । ଚେନ୍ନାଇ ରାଜସ୍ଥାନ ବିପକ୍ଷରେ ମାର୍ଚ୍ଚ ୩୦ରେ ତାର ଅଭିଯାନ ଆରମ୍ଭ କରିବ । ଚେନ୍ନାଇ ଟ୍ରେଡ୍ କରି ଜାଡେଜାଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛି ।