ନୂଆଦିଲ୍ଲୀ,୯।୯: ଭାରତୀୟ ବାୟୁସେନା (IAF) ଏହାର ଶକ୍ତିକୁ ଆହୁରି ମଜବୁତ କରିବାକୁ ଯୋଜନା କରୁଛି। ଯଦି ରୁଷ ସହିତ Su-57E ଷ୍ଟିଲଥ୍ ଫାଇଟର ଜେଟ୍ର ଆଲୋଚନା ସଫଳ ହୁଏ, ତେବେ ଏହା S-400 ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମ ସହିତ ଦକ୍ଷିଣ ଏସିଆର ସବୁଠାରୁ ବିପଦପୂର୍ଣ୍ଣ ଯୋଡି ହୋଇପାରିବ। ଏହି ଯୋଡି ପାକିସ୍ତାନ ବାୟୁସେନା (PAF) ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଋଷଠାରୁ ଭାରତ ୫ ଟି S-400 ଟ୍ରାୟମ୍ଫ ସିଷ୍ଟମ କିଣିଛି, ଯାହା ମଧ୍ୟରୁ ତିନୋଟି ୨୦୨୫ ସୁଦ୍ଧା ନିୟୋଜିତ କରାଯାଇଛି। ଏହି ସିଷ୍ଟମ ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏୟାର ଷ୍ଟ୍ରାଇକ୍କୁ ରୋକିପାରିବ। ଏହା ବିମାନ, ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ବାଲାଷ୍ଟିକ୍ ମିସାଇଲ୍ କୁ ଟ୍ରାକ୍ ଏବଂ ଧ୍ୱଂସ କରିପାରିବ। ଏହାର ବିଶେଷତ୍ୱ ହେଉଛି...
ଲମ୍ବା ଦୂରତା: ୬୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ବିମାନ-କ୍ଷେପଣାସ୍ତ୍ର ଚିହ୍ନଟ କରିପାରିବ। ୪୦୦କିଲୋମିଟର ପର୍ଯ୍ୟନ୍ତ ସେଗୁଡ଼ିକୁ ଧ୍ୱଂସ କରିପାରିବ।
ମଲ୍ଟି ଟାର୍ଗେଟ: ଏକକାଳୀନ ୩୦୦ ଟାର୍ଗେଟ ଟ୍ରାକ୍ ଏବଂ ଏକକାଳୀନ ୩୬ଟିକୁ ଧ୍ୱଂସ କରିପାରିବ।
ମୋବାଇଲ୍ ସିଷ୍ଟମ୍: ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶୀଘ୍ର ସ୍ଥାନାନ୍ତର କରାଯାଇପାରିବ, ଯାହା ଶତ୍ରୁ ପାଇଁ ଟାର୍ଗେଟ କରିବା କଷ୍ଟକର କରିଥାଏ।
ଭାରତ ଏହାକୁ ପାକିସ୍ତାନ ଏବଂ ଚୀନ୍ ସୀମାରେ ନିୟୋଜିତ କରିଛି, ଯେପରିକି ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟରେ। ଏହା ସହିତ, ପାକିସ୍ତାନର F-16, JF-17 ଏବଂ ନୂତନ J-10CE ବିମାନ ଭାରତୀୟ ସୀମାରେ ପ୍ରବେଶ କରିବା ପୂର୍ବରୁ ଧରାଯାଇ ଧ୍ୱଂସ କରାଯାଇପାରିବ। S-400 କୁ ଭାରତରେ ସୁଦର୍ଶନ ଚକ୍ର ନାମ ଦିଆଯାଇଛି, ଯାହା ଏହାର ଶକ୍ତିଶାଳୀ ପ୍ରଭାବ ଦର୍ଶାଏ। Su-57E ରୁଷର ପଞ୍ଚମ ପୀଢିର ଷ୍ଟିଲଥ୍ ଫାଇଟର ଜେଟ୍। ଯଦି ଭାରତ ଏହାକୁ କିଣେ ତେବେ ଏହା ଆଇଏଏଫ୍ର ସବୁଠାରୁ ଶକ୍ତିଶାଳୀ ହତିଆର ହୋଇପାରେ।
ଷ୍ଟିଲଥ୍ ଟେକ୍ନୋଲୋଜି: ଏହାର ରାଡାର କ୍ରସ୍-ସେକ୍ସନ୍ କମ୍ ରହିଛି, ଯାହାର ଅର୍ଥ ହେଉଛି ଶତ୍ରୁ ରାଡାର ଏହାକୁ ସହଜରେ ଚିହ୍ନଟ କରିପାରିବ ନାହିଁ।
ଦୀର୍ଘ ଦୂରଗାମୀ ହତିଆର: ଏହା ବାୟୁରୁ ବାୟୁ ଏବଂ ବାୟୁରୁ ଭୂମିକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର ବହନ କରିପାରିବ।
ସୁପର ମ୍ୟାଭେରେବିଲିଟି: ଏହା ଖୁବ୍ ଦ୍ରୁତ, ଯାହାଫଳରେ ଯୁଦ୍ଧରେ ଏହା ଉତ୍ତମ ପ୍ରଦର୍ଶନ କରିଥାଏ।
ଆଡଭାନ୍ସ ସେନ୍ସର: ଏହାର ସେନ୍ସର ଏବଂ ନେଟୱାର୍କ-କେନ୍ଦ୍ରିକ ସିଷ୍ଟମଗୁଡ଼ିକ IAFର ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ମିଶି କାମ କରିପାରିବ। Su-57E ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଧରା ନ ପଡ଼ି ଆକ୍ରମଣ କରିପାରିବ। ଏହା ପାକିସ୍ତାନର ରାଡାର ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇପାରେ। S-400 ଏବଂ Su-57E ଯୋଡ଼ି କାହିଁକି ବିପଦପୂର୍ଣ୍ଣ? S-400 ଏବଂ Su-57E ଏକାଠି ପ୍ରତିରକ୍ଷା ଏବଂ ଆକ୍ରମଣରେ ଭାରତକୁ ଅତୁଳନୀୟ ଶକ୍ତି ପ୍ରଦାନ କରେ।