ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରମ୍ପଙ୍କ ୨.୦ର ପ୍ରଥମ କ୍ବାଡ ବୈଠକ; ସାମିଲ ହେଲେ ଏସ୍ ଜୟଶଙ୍କର, ଆଲୋଚନା ଫଳପ୍ରଦ ନେଇ ଦେଲେ ସୂଚନା

Published By : Ankita S | January 22, 2025 2:05 PM

ୱାଶିଂଟନ,୨୨/୧ : ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କ୍ବାଡ ସମ୍ମିଳନୀ ଆରମ୍ଭ ହୋଇଥିଲା । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଥିଲେ । ୱାଶିଂଟନ ଡିସିରେ କ୍ବାଡ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ସମେତ ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।

କ୍ବାଡ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପକ୍ଷରୁ ପେନି ଓଙ୍ଗ ଓ ଜାପାନର ଟାକେଶି ଇୱାୟା ଯୋଗ ଦେଇଥିଲେ । ବୈଠକରେ ମିଳିତ ଭାବରେ ଏକତ୍ର ହୋଇ ଆଗକୁ ବଢିବା ଦିଗରେ ଗୁରୁତ୍ବ ଦିଆଯାଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ରହିଛି । ଅଂଶଗ୍ରହଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟଶଙ୍କର ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ କଠୋର ଇମିଗ୍ରେସନ ନୀତି ଘୋଷଣା,ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ପଠାଯିବ ସ୍ୱଦେଶ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଗତ ଜାନୁଆରୀ ୨୦ ତାରିଖରେ ଶପଥ ନେଇଥିଲେ ଡୋନାଲ୍ଟ ଟ୍ରମ୍ପ । ଶପଥ ଗ୍ରହଣ ସମାରୋହରେ ୭୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ । ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ସେକ୍ରେଟାରୀ ଅଫ୍ ଷ୍ଟେଟ ଭାବରେ ମାର୍କୋ ରୁବିଓଙ୍କୁ ନିଯୁକ୍ତି ଦେଇଥିଲେ । ରୁବିଓ କ୍ବାଡ ବୈଠକରେ ହୋଷ୍ଟ ରହିଥିଲେ ।

ଚୀନକୁ ଚେତାବନୀ- ଦକ୍ଷିଣ ଚୀନ ସାଗରରେ ଚୀନର ଏକଚାଟିଆ ବ୍ୟବହାର ଓ ସାମରିକ ବଳ ପ୍ରୟୋଗକୁ ବୈଠକରେ ନିନ୍ଦା କରାଯାଇଛି । ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ଚୀନ । ଏହାକୁ ନିନ୍ଦା କରାଯିବା ସହିତ ଚୀନକୁ ଚେତାବନୀ ଦିଆଯାଇଛି । କ୍ବାଡ ବୈଠକ ପରେ ମାର୍କ ରୁବିଓଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ଜୟଶଙ୍କର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.