ମୁମ୍ବାଇ,୨୫/୪ : ଏସ.ଶ୍ରୀଶନ୍ତ ଏକ ବଡ଼ ଦାବି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ହରଭଜନ ସିଂହ ନିକଟରେ ୨୦୦୮ର ଆଇପିଏଲ୍ ‘ଚାପୁଡ଼ା ମାରିବା’ ବିବାଦ ସହ ଯୋଡ଼ି ହୋଇଥିବା ଏକ ବିଜ୍ଞାପନ ଲାଗି ପ୍ରାୟ ୧ କୋଟି ଟଙ୍କା ନେଇଛନ୍ତି । ଶ୍ରୀଶନ୍ତଙ୍କ ଏହି ଦାବି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଯେଉଁ କାରଣରୁ ୨୦୦୮ର ଆଇପିଏଲ୍ ସିଜନର ବଦନାମ ‘ଚାପୁଡ଼ା ମାରିବା’ ମାମଲା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ନିକଟରେ ଏକ ସାକ୍ଷାତକାରରେ ଶ୍ରୀଶନ୍ତ ବଡ଼ ଦାବି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ହରଭଜନ ସ୍ଲେପଗେଟ ଉପରେ ଆଧାରିତ ଏକ ବିଜ୍ଞାପନ କରି ପ୍ରାୟ ୧ କୋଟି ଆୟ କରିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ ହରଭଜନ ତାଙ୍କୁ ଉକ୍ତ ବିଜ୍ଞାପନକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବାକୁ କହିଥିଲେ । ଏହି ଅନୁରୋଧକୁ ପୂର୍ବତନ ଦ୍ରୁତ ବୋଲର ସିଧାସଳଖ ଭାବେ ମନା କରିଦେଇଥିଲେ ।
ଶ୍ରୀଶନ୍ତ ଏକ ସାକ୍ଷାତକାରରେ କହିଥିଲେ କି, ମୁଁ କୌଣସି ବି ସାକ୍ଷାତକାରରେ ଭଜ୍ଜିଙ୍କ ବିଷୟରେ କେବେ କଥା ହୋଇନାହିଁ । ଏହା ପ୍ରଥମ ଥର ହେବ । କୌଣସି ସମସ୍ୟା ନଥିଲା । କିନ୍ତୁ ସେ ପୁଣି ଥରେ ଏହି ବିଷୟରେ ଏକ ବିଜ୍ଞାପନ ନିର୍ମାଣ କଲେ । ସେ ଏଥିରୁ ପ୍ରାୟ ୮୦ଲକ୍ଷରୁ ୧କୋଟି ଟଙ୍କା କଲେକ୍ସନ କରିଥିଲେ । ପରେ ସେ ମୋତେ କଲ୍ କରିଥିଲେ ଏବଂ ମୋତେ ଏହି ବିଷୟରେ ଏକ ଷ୍ଟୋରୀ ପୋଷ୍ଟ କରିବାକୁ କହିଥିଲେ ।