ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସଚିନଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ଼, ଅଶ୍ବିନ- ସରଫରାଜଙ୍କୁ ବି ବିସିସିଆଇ ଦେଲା ବଡ଼ ଉପହାର

Published By : Gurupada Nath | February 1, 2025 10:09 PM

ମୁମ୍ବାଇ, ୧/୨ :   ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼(ବିସିସିଆଇ) ଟିମ୍ ଇଣ୍ଡିଆର ପୂର୍ବତନ ଭେଟରାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ଼ ଦେଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସରଫରାଜ ଖାନ ଏବଂ ପୂର୍ବତନ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବି ବଡ଼ ଉପହାର ଦେଇଛି । ଅଶ୍ବୀନଙ୍କୁ ବିସିସିଆଇ ତରଫରୁ ସ୍ପେଶାଲ ଆଓ୍ବାର୍ଡ ଦିଆଯାଇଛି । ଏହାସହ ସରଫରାଜ ଖାନଙ୍କୁ ଶାନଦାର୍ ଡେବ୍ୟୁ ଲାଗି ଆଓ୍ବାର୍ଡ ଦିଆଯାଇଛି ।

ସଚିନ ତେନ୍ଦୁଲକର

ଭେଟରାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ତରଫରୁ ‘କର୍ନେଲ ସିକେ ନାୟଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି । ଭେଟରାନ ତେନ୍ଦୁଲକର ଭାରତ ଲାଗି ୨୦୦ଟେଷ୍ଟ, ୪୬୩ଓ୍ବାନଡେ ଏବଂ ୧ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସଚିନ ୧୫୯୨୧ରନ୍, ଓ୍ବାନଡେରେ ୧୮୪୨୬ରନ୍ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦ରନ୍ ସ୍କୋର କରିଛନ୍ତି । ଏହା ବ୍ୟତୀତ ବୋଲିଂ କରି ସେ ଟେଷ୍ଟ ମ୍ୟାଚରେ ୪୬ ଏବଂ ଓ୍ବାନଡେରେ ୧୫୪ଓ୍ବିକେଟ ନେଇଛନ୍ତି ।

ରବିଚନ୍ଦ୍ରନ ଅଶ୍ବିନ

ଟିମ୍ ଇଣ୍ଡିଆର ପୂର୍ବତନ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିସିସିଆଇ ତରଫରୁ ‘ବିସିସିଆଇ ସ୍ପେଶାଲ ଆଓ୍ବାର୍ଡ଼’ର ତାଜ୍ ଦିଆଯାଇଛି । ପ୍ରକାଶ ଯେ, ଅଶ୍ବିନ ୨୦୨୪-୨୫ରେ ଅଷ୍ଟେ୍ରଲିଆ ଗସ୍ତରେ ଖେଳାଯାଇଥିବା ବର୍ଡ଼ର ଗାଭାସ୍କାର ଟ୍ରଫି ମଧ୍ୟରେ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସର ଘୋଷଣା କରିଥିଲେ। ଭାରତୀୟ ସ୍ପିନର ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୧୦୬ଟେଷ୍ଟ, ୧୧୬ଓ୍ବାନଡେ ଏବଂ ୬୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ସରଫରାଜ ଖାନ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ସରଫରାଜ ଖାନଙ୍କୁ ବିସିସିଆଇ ତରଫରୁ ‘ବେଷ୍ଟ ଅନ୍ତର୍ଜାତୀୟ ଡେବ୍ୟୁ’ର ଆଓ୍ବାର୍ଡ଼ ଦିଆଯାଇଛି । ପ୍ରକାଶ ଯେ, ସରଫରାଜ ଖାନ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। କ୍ୟାରିୟରର ପ୍ରଥମ ଟେଷ୍ଟର ଉଭୟ ପାଳିରେ ସରଫରାଜ ଖାନ କ୍ରମଶଃ ୬୨ ଏବଂ ୬୮* ରନ୍ ସ୍କୋର କରିଥିଲେ। ସରଫରାଜ ଏବେ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଲାଗି ୬ ଟେଷ୍ଟ ଖେଳିଛନ୍ତି । ଯେଉଁଥିରେ ସେ ୩୭.୧୦ ପ୍ରତିଶତରେ ୩୭୧ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ୩ଅର୍ଦ୍ଧଶତକ ବାହାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.