ମନମୁଣ୍ଡା ୦୧/୧୨: ଆଜି ସିଦ୍ଧେଶ୍ୱର ବାବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡାରେ 'ବିଶ୍ୱ ଏଡ଼ସ ଦିବସ 'ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଏନଏସଏସ ଓ ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କୁ ନେଇ ଶଗଡା ଗ୍ରାମରରେ ଏକ ରାଲି କରାଯାଇଥିଲେ। ଏହି ରାଲିରେ ଏଡ଼ସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ଏନଏସଏସ ପ୍ରୋଗ୍ରାମ ଅଫିସର ଶେଷଦେବ ଓ ୟୁଥ ରେଡକ୍ରସ କାଉନସିଲର ସୁଶୀଲ କୁମାର ପ୍ରଧାନ ନେତୃତ୍ୱ ନେଇଥିଲେ। ଏହାପରେ ଅଧ୍ୟକ୍ଷା ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ବିଦ୍ୟାଳୟରେ ଆୟୋଜିତ ବୈଠକରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।