ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

୨୦୨୫ରେ ଦମ୍ ଦେଖାଇବ ‘ଦେବା’, ଜାଣନ୍ତୁ ସାହିଦଙ୍କ ପୂର୍ବ ବକ୍ସ ଅଫିସ୍ ରେକର୍ଡ

Published By : Prameya | January 22, 2025 11:40 AM

ମୁମ୍ବାଇ ୨୨/୦୧: ବଲିଉଡ ଅଭିନେତା ସାହିଦ କପୁର ବର୍ତ୍ତମାନ ନିଜର ଅପ୍‌କମିଂ ଫିଲ୍ମ ‘ଦେବା’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଏ ମାସ ୩୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଦେବା’ । ସମୀକ୍ଷକମାନଙ୍କ କହିବାନୁସାରେ, ‘ଦେବା’ ବକ୍ସ ଅଫିସ୍‌ରେ ଦମ୍‌ଦାର ଓପନିଂ କରିବ । ‘ଦେବା’ ପୂର୍ବରୁ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ କୋଟି କୋଟି ଟଙ୍କା ବ୍ୟବସାୟ କରିଥିବା ସାହିଦଙ୍କ କିଛି ଫିଲ୍ମ ସମ୍ପର୍କରେ ଜାଣିବା ଆସନ୍ତୁ । 

ପଦ୍ମାବତ୍‌ :

୨୦୧୮ରେ ସାହିଦ କପୁରଙ୍କ ଅଭିନୀତ ‘ପଦ୍ମାବତ୍‌’ ଆସିଥିଲା ପ୍ରେକ୍ଷାଳୟକୁ । ଏହା ଥିଲା ସାହିଦଙ୍କ ଅଭିନୟ କ୍ୟାରିୟରର ପ୍ରଥମ ଦିନରେ ସର୍ବାଧିକ ଓପନିଂ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ । ‘ପଦ୍ମାବତ୍‌’ ଘରୋଇ ବକ୍ସ ଅଫିସ୍‌ରେ ୨୪ କୋଟି ଟଙ୍କାରୁ ବ୍ୟବସାୟ ଖାତା ଖୋଲିଥିଲା । ଏ ଫିଲ୍ମରେ ରଣବୀର ସିଂ ଓ ଦୀପିକା ମୁଖ୍ୟ ଚରିତ୍ରରେ ଦେଖା ଦେଇଥିଲେ । ସାହିଦଙ୍କ ଚରିତ୍ରର ଗୁରୁତ୍ୱ ମଧ୍ୟ କିଛି କମ୍‌ ନଥିଲା ଏଥିରେ । ଫିଲ୍ମ ନିର୍ମାଣ ସମୟରୁ ନାମକୁ ନେଇ ଯେଉଁ ଚର୍ଚ୍ଚା, ବିବାଦ ଲାଗି ରହିଥିଲା, ତାହାରି କାରଣରୁ ବୋଧହୁଏ ଏ ଫିଲ୍ମଟି ଏତେ ଭଲ ବ୍ୟବସାୟ କରିବାରେ ସକ୍ଷମ ହୋଇଥିଲା । 

କବୀର ସିଂହ :

ସାହିଦ ବର୍ତ୍ତମାନ ସୁଦ୍ଧା ଯେତେ ଫିଲ୍ମରେ ଅଭିନୟ କରିଛନ୍ତି, ତା’ ମଧ୍ୟରୁ ‘କବୀର ସିଂହ’ ବକ୍ସ ଅଫିସ୍‌ରେ ସବୁଠୁ ଅଧିକ ଓପନିଂ କରିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଏଥିରେ ସାହିଦ ଓ କିୟାରା ଆଡଭାନୀଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଦର୍ଶକଙ୍କ ମନକୁ ବେଶ୍‌ ପାଇଥିଲା । ‘କବୀର ସିଂହ’ ଭାରତୀୟ ବକ୍ସ ଅଫିସ୍‌ରେ ୨୦ କୋଟି ୨୧ ଲକ୍ଷ ଟଙ୍କା ପ୍ରଥମ ଦିନରେ ବ୍ୟବସାୟ କରିଥିଲା 

ସାନ୍‌ଦାର :

ଏ ଫିଲ୍ମରେ ସାହିଦଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ଆଲିଆ ଭଟ୍ଟ । ୨୦୧୫ରେ ପ୍ରେକ୍ଷାଳୟକୁ ଆସିଥିଲା ଏ ସିନେମା । ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲେ ହେଁ ଓପନିଂ କଲେକ୍ସନ ମାମଲାରେ ତୃତୀୟ ସ୍ଥାନରେ ଥିଲା । ‘ସାନ୍‌ଦାର’ ବକ୍ସ ଅଫିସ୍‌ରେ ୧୩.୧୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ପ୍ରଥମ ଦିନରେ । 

ଆର୍‌ ରାଜକୁମାର :

୨୦୧୩ରେ ରିଲିଜ ହୋଇଥିଲା ଫିଲ୍ମ ‘ଆର୍‌ ରାଜକୁମାର’ । ଏଥିରେ ସାହିଦଙ୍କ ନାୟିକା ଭାବେ ଦେଖିବାକୁ ମିଳିଥିଲେ ସୁନ୍ଦରୀ ସୋନାକ୍ଷୀ ସିହ୍ନା । ସୋନାକ୍ଷୀଙ୍କ ସହ ସାହିଦଙ୍କ ଅନ୍‌ସ୍କ୍ରିନ୍‌ ଲଭ୍‌, ରୋମାନ୍ସକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ ଏ ଫିଲ୍ମରେ । ଏହାର ଫାଇଦା ଦେଖିବାକୁ ମିଳିଥିଲା ବକ୍ସ ଅଫିସ୍‌ରେ । ରିଲିଜର ପ୍ରଥମ ଦିନରେ ‘ଆର୍‌ ରାଜକୁମାର’ ବ୍ୟବସାୟ କରିଥିଲା ୧୦ କୋଟି ୨୦ ଲକ୍ଷ ଟଙ୍କା । ଫିଲ୍ମ ଯଦିଓ ସୁପରହିଟ୍‌ ସାବ୍ୟସ୍ତ ହୋଇନଥିଲା, ଆଭରେଜ୍‌ ବ୍ୟବସାୟ କରିଥିଲା ।

ଉଡ୍‌ତା ପଞ୍ଜାବ :

୨୦୧୬ରେ ପରଦା ଉପରକୁ ଆସିଥିଲା ‘ଉଡ୍‌ତା ପଞ୍ଜାବ’ । ଏହି ଫିଲ୍ମରେ ସାହିଦ କପୁରଙ୍କ ସହିତ ଦେଖିବାକୁ ମିଳିଥିଲେ କରୀନା କପୁର । ଅନ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଦିଲ୍‌ଜିତ ଦୋସଞ୍ଝା ଓ ଆଲିଆ ଭଟ୍ଟ । ଏହି ଫିଲ୍ମର ବକ୍ସ ଅଫିସ୍‌ ଓପନିଂ କଲେକ୍‌ସନ ଥିଲା ୧୦ କୋଟି ୫ ଲକ୍ଷ ଟଙ୍କା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.