ଭୁବନେଶ୍ବର, ୧୧/୨ : ଖଣ୍ଡଗିରି ଯାତ୍ରା ସମୟରେ ଆରମ୍ଭ ହୋଇଥିବା ବିବାଦରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପୁଣି ଏକାଠି ହେଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତନାରାୟଣ ଧଳ ଏବଂ ଅଭିନେତା ସାଇ ସତ୍ୟଜିତ୍ । ହୋଟେଲରେ ଆଲୋଚନା ପରେ ବିବାଦର ସମାଧାନ ହୋଇଛି । ତେବେ ଏହି ଆଲୋଚନା ସମୟରେ ସାଇଙ୍କ ବାପା-ମାଆ ଉପସ୍ଥିତ ରହିଥିଲେ । ବିବାଦର ସମାଧାନ ହୋଇଥିବାବେଳେ ଉଦଳାରେ ପଡ଼ିଥିବା ନାକଟରେ ମଞ୍ଚ ଚଢ଼ିବେ ସାଇ ।
କହି ରଖୁଛୁ କି, ଖଣ୍ଡଗିରିରେ ଯାତ୍ରା ଚାଲିଥିବା ସମୟରେ ଅଧାରୁ ନାଟକ କରିବାକୁ ମନା କରିଥିଲେ ସାଇ । ତେବେ ନାଣ୍ଡୁବାବୁ ତାଙ୍କ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିବାବେଳେ ନାଣ୍ଡୁବାବୁ ପାଲଟା ଅଭିଯୋଗ କରିଥିଲେ । କିଛିଦିନ ଧରି ଯାତ୍ରା ତୁଳସୀ ଗଣନାଟ୍ୟର ଏହି ବିବାଦ ଚର୍ଚ୍ଚାରେ ରହିଥିଲା ।
ଏହାସହ ପଢ଼ନ୍ତୁ : ସାଇଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ନାଣ୍ଡୁବାବୁ ମୋତେ ମାରିଦେବେ... ଜବାବ ରଖିଲେ ନାଣ୍ଡୁବାବୁ