ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୈଫଙ୍କ ବ୍ଲଡ ସାମ୍ପଲ ଓ କପଡା କଲେକ୍ଟ କଲା ମୁମ୍ବାଇ ପୋଲିସ, କରାଯିବ ଫରେନସିକ୍ ଯାଞ୍ଚ

Published By : Anindita Ratha | January 25, 2025 3:40 PM

ମୁମ୍ବାଇ,୨୫।୧: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଗତ କିଛି ଦିନ ହେବ ଚର୍ଚ୍ଚାର ଶିରୋନାମ ପାଲଟିଛନ୍ତି। ତାଙ୍କ ଉପରେ କିଛି ଦିନ ପୂର୍ବରୁ ତାଙ୍କ ଘରେ ଜଣେ ବ୍ୟକ୍ତି ଛୁରୀମାଡ଼ କରିଥିଲେ। ଆକ୍ରମଣକାରୀ ଚୋରି ଉଦେଶ୍ୟରେ ଘରେ ପଶିଥିଲା। ସୈଫ ଅଲ୍ଲୀ ଖାନ୍ ଚିକିତ୍ସା କାରଣରୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି। ମାମଲାର ତାଜା ସୂଚନା ଅନୁସାରେ, ମୁମ୍ବାଇ ପୋଲିସ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ବ୍ଲଡ ସାମ୍ପଲ ଓ କପଡା କଲେକ୍ଟ କରିନେଇଛି। ଏବେ ଅଭିଯୁକ୍ତର କପଡା ଓ ବ୍ଲଡ ସାମ୍ପଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି।

ଏଏନ୍‌ଆଇର ସୂଚନା ଅନୁସାରେ, ପୋଲିସ ସୈଫ ଅଲ୍ଲୀ ଖାନ୍‌ଙ୍କ ସେହି କପଡା ନେଇଛି, ଯାହା ସେ ଆଟାକ୍ କରିଥିବା ରାତିରେ ପିନ୍ଧିଥିଲେ। ସେଭଳି ଅଭିଯୁକ୍ତର କପଡା ଉପରେ ରକ୍ତର କିଛି ଛିଟା ମିଳିଥିଲା, ତେଣୁ ସୈଫ୍‌ଙ୍କ ବ୍ଲଡ ସାମ୍ପଲ ମଧ୍ୟ ପୋଲିସ ନେଇଯାଇଛି। ସୈଫ୍‌ଙ୍କ ବ୍ଲଡ ସାମ୍ପଲ ଓ ଅଭିଯୁକ୍ତର କପଡାକୁ ଫରେନସିକ୍ ଲ୍ୟାବ୍‌କୁ ପଠାଇ ଦିଆଯାଇଛି। ଫଳରେ ମ୍ୟାଚ୍ କରିହେବ ଯେ, ଅଭିଯୁକ୍ତର କପଡାରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ରକ୍ତ ଛିଟା ରହିଛି। 

ଉଲ୍ଲେଖନୀୟ ଯେ, ବାନ୍ଦ୍ରା ମାଜିଷ୍ଟେ୍ରଟ କୋର୍ଟ ଅଭିଯୁକ୍ତ ଶରିଫୁଲ ଇସ୍ଲାମର କଷ୍ଟଡି ୨୯ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ହସ୍ପିଟାଲରୁ ବାହାରକୁ ଆସିବା ପରେ ସୈଫ ଅଲ୍ଲୀ ଖାନ୍‌ ମୁମ୍ବାଇ ପୋଲିସ ନିକଟରେ ନିଜରୀ ବୟାନ ରେକର୍ଡ କରିଦେଇଥିଲେ। ସେ ପୋଲିସକୁ ଆକ୍ରମଣ ହୋଇଥିବା ରାତିର ପୁରା ଘଟଣା କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.