ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କୁ ଚିକିତ୍ସା ପରେ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅଭିନେତାଙ୍କୁ ୫ଦିନ ପରେ ହସ୍ପିଟାଲରୁ ଛୁଟି ମିଳିଛି। ଶହଜାଦ ନାମକ ବ୍ୟକ୍ତି ଅଭିନେତାଙ୍କ ଘରେ ପଶି ତାଙ୍କ ଉପରକୁ ଭୟଙ୍କର ଭାବେ ଆକ୍ରମଣ କରିଥିଲା। ଏହାପରେ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଅଭିନେତାଙ୍କର ସ୍ଥିତି ଏବେ ଖୁବ୍‌ ଭଲ ଅଛି ଏବଂ ସେ ଏବେ ବିଶ୍ରାମ ନେବାର ଅଛି। 

କରୀନା କପୁର ଖାନ ସୈଫ ଅଲ୍ଲୀ ଖାନଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚି ଥିଲେ। ହେଲେ ସୈଫ୍‌ ତାଙ୍କ ସହ ଘରକୁ ଯାଇଛନ୍ତି ନା ଅଲଗା ତାଙ୍କୁ ନିଆ ଯାଇଛିଏହି ସୂଚନା ଆସି ନାହିଁ। 

ସୂଚନା ଅନୁସାରେ, ଗତ ସପ୍ତାହରେ ବୁଧବାର ବିଳମ୍ୱିତ ରାତିରେ ଅଭିଯୁକ୍ତ ସୈଫ୍‌ଙ୍କ ଘରେ ପଶି ଥିଲା ଏବଂ ଯେବେ ସୈଫ୍‌ଙ୍କର ଘରର ହାଉସ୍‌ ହେଲ୍ପ ତାଙ୍କୁ ଦେଖିଲେ ତ, ଜୋରରେ ପାଟି କରିଥିଲେ। ଏହାପରେ ଚିତ୍କାର ଶୁଣି ସୈଫ ରୁମ୍‌ ବାହାରକୁ ଆସିବା ପରେ ଲଢେଇ ବେଳେ ଦୁର୍ବୃତ୍ତ ସୈଫଙ୍କୁ  ଛୁରୀରେ ୬ଥର ଆକ୍ରମଣ କରିଥିଲା। ଅଭିନେତାଙ୍କ ୨ଟି ସର୍ଜରୀ ହୋଇଛି, ସ୍ପାଇନ୍‌ ପାଖରେ ଛୁରୀର ଏକ ଅଂଶ ମଧ୍ୟ ଭାଙ୍ଗି ରହି ଯାଇ ଥିଲା।

ଡାକ୍ତରଙ୍କ କହିବାନୁସାରେ , ଯଦି କ୍ଷତ ଆଉ କିଛି ଗଭୀର ହୋଇଯାଇ ଥାନ୍ତା ତ ଅଭିନେତାଙ୍କ ଜୀବନ ଉପରେ କଥା ଆସି ଯାଇଥାନ୍ତି। ସୌଭାଗ୍ୟ କି , ସୈଫ ଠିକ୍‌ ଅଛନ୍ତି ଏବଂ ଏବେ କିଛି ଦିନ ବିଶ୍ରାମ କରିବେ। ଅନ୍ୟପଟେ ଏହି କେସ୍‌ରେ ପୁଲିସ ଯେଉଁ ଅଭିଯୁକ୍ତକୁ ଧରିଛି , ସେ ବାଂଲାଦେଶର ନାଗରିକ ଏବଂ କିଛି ମାସ ପୂର୍ବେ ହିଁ ମୁମ୍ୱାଇ ଆସି ଥିଲା। ସେ ଥାନେର ଏକ ବାରରେ କାମ କରୁଥିଲା। ତାକୁ ଯେମିତି କେହି ଚିହ୍ନି ପାରିବେ ନାହିଁ, ସେଥିପାଇଁ ନିଜର ପ୍ରକୃତ ନାଁକୁ ଗୋପନ ରଖି ବିଜୟ ଦାସ ନାଁରେ ପରିଚୟ ଦେଇଥିଲା ।