ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୈଫଙ୍କ ପୁଅ ଜାହାଙ୍ଗୀରଙ୍କୁ ଅପହରଣ କରିବାକୁ ଚାହୁଁଥିଲା ଅଭିଯୁକ୍ତ; କୋଟିଏ ନେଇ ଫେରିଥାଆନ୍ତା ବାଂଲାଦେଶ

Published By : Soubhagya Ranjan | January 20, 2025 5:12 PM

ମୁମ୍ବାଇ,୨୦/୦୧: ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ସମ୍ପର୍କରେ ପ୍ରତିଦିନ ଅନେକ ଖୁଲାସା ହେଉଛି। ଏବେ ଯେଉଁ ସୂଚନା ଆସିଛି ତାହା ବହୁତ ଆଶ୍ଚର୍ଯ୍ୟଜନକ। ସୂତ୍ର ଅନୁଯାୟୀ, ଆକ୍ରମଣକାରୀ ଶରିଫୁଲ ସୈଫଙ୍କ ପୁଅ ଜାହାଙ୍ଗୀରଙ୍କୁ ବନ୍ଧକ କରି ଟଙ୍କା ଦାବି କରିବାକୁ ଯୋଜନା କରୁଥିଲା। ଅଭିଯୁକ୍ତର ଉଦ୍ଦେଶ୍ୟ ଥିଲା ୧ କୋଟି ଟଙ୍କା ନେଇ ସବୁଦିନ ପାଇଁ ବାଂଲାଦେଶ ଫେରିଯିବା। ସୂତ୍ର ଅନୁଯାୟୀ, ଅଭିଯୁକ୍ତକୁ ବାଂଲାଦେଶ ଫେରିବା ପାଇଁ ଏକ ନକଲି ପାସପୋର୍ଟ ଆବଶ୍ୟକ ଥିଲା ଏବଂ ସେ ଏଥିପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ସହ ଜଡିତ ଆହୁରି ଅନେକ ସୂଚନା ସାମ୍ନାକୁ ଆସିଛି।

ସୈଫଙ୍କ ସହାୟିକା ଲିନାଙ୍କୁ ମାଗିଥିଲା ୧ କୋଟି: 

ଆକ୍ରମଣକାରୀ ସୈଫଙ୍କ ଚାକରାଣୀ ଲିମା ଫିଲିପ୍ସଙ୍କଠାରୁ ୧ କୋଟି ଟଙ୍କା ଦାବି କରିଥିଲା କିନ୍ତୁ ଲିମା ମନା କରିବାରୁ ଅଭିଯୁକ୍ତ ଏବଂ ଲିମା ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ଏବଂ ଏପରି କରୁଥିବା ସମୟରେ ଘରର ସମସ୍ତେ ଉଠି ପଡ଼ିଲେ ଯାହା ଫଳରେ ଅଭିଯୁକ୍ତ ଡରିଯାଇ ଖସିଯିବାକୁ ଚେଷ୍ଟା କରିବାରେ ବିଫଳ ହେବାରୁ ଆଖିବୁଜା ଆକ୍ରମଣ କରିଥିଲା। ଅଭିଯୁକ୍ତ ପ୍ରଥମେ ଲିମାଙ୍କୁ ଆକ୍ରମଣ କରିଥିଲା ଏବଂ ଯେତେବେଳେ ସୈଫ୍ ଅଲ୍ଲୀ ଖାନ ମଝିରେ ଆସିଲେ, ଅଭିଯୁକ୍ତ ପ୍ରଥମେ ତାଙ୍କ ବେକକୁ ଏବଂ ପରେ ତାଙ୍କ ପିଠିରେ ଆକ୍ରମଣ କରିଥିଲା।

ସୈଫ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ସହ ଜଡ଼ିତ ଆଉ ଏକ ସୂଚନା ସାମ୍ନାକୁ ଆସିଛି। ସୈଫଙ୍କ ଆକ୍ରମଣକାରୀ ଶରିଫୁଲ ବାଂଲାଦେଶର ଜଣେ କୁସ୍ତିଯୋଦ୍ଧା। ସେ ପିଲାଦିନରୁ ତାର ପଡ଼ୋଶୀରେ କୁସ୍ତି କରୁଥିଲା। ସେ ସ୍ଥାନୀୟ ସ୍ତରରେ କିଛି କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲା। ସେଥିପାଇଁ ଅଭିଯୁକ୍ତର ଶରୀର ସମ୍ପୂର୍ଣ୍ଣ ଫିଟ୍ ଥିଲା। ଶରିଫୁଲ ବାଂଲାଦେଶର ଜଣେ ବାସିନ୍ଦା। ଗତକାଲି ମୁମ୍ବାଇ ପୋଲିସ ତାଙ୍କୁ ଥାନେରୁ ଗିରଫ କରିଥିଲା।

ମୁମ୍ବାଇ ପୋଲିସ ଆଜି ଏହି ମାମଲାରେ ସିନ୍‌ ରିକ୍ରିଏସ୍‌ ମଧ୍ୟ କରିଥିଲା। ପୋଲିସ ଏହି ମାମଲାର ତଦନ୍ତ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ କରିବ। ଗତକାଲି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସରିଫୁଲକୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଥିଲେ। ଆଜି ସରିଫୁଲକୁ ସାନ୍ତାକ୍ରୁଜ୍ ଲକ୍ଅପ୍‌ରୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ୭୨ ଘଣ୍ଟାର ଦୀର୍ଘ ତଦନ୍ତ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.