ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦରମା ନ ମିଳିବାରୁ ମଜୁରି ଖଟିବାକୁ ଛୁଟି ମାଗିଥିଲେ ଶିକ୍ଷକ, ପର ଜମିରେ ମୂଲ ଲାଗିଲେ...ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ

Published By : Prameya | February 21, 2025 2:44 PM

ବଲାଙ୍ଗିର, ୨୧/୦୨: ତିନି ମାସ ଧରି ଦରମା ନ ମିଳିବାରୁ ମଜୁରି ଖଟିବାକୁ ଦିନକ ପାଇଁ ଛୁଟି ମାଗିଥି‌ଲେ ଶିକ୍ଷକ। ପର ଜମିରେ ମୂଲ ଲାଗିଲେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ବାନ୍ଧନବାହାଲ ସରକାରୀ  ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ  (ଏକ୍ସ-କ୍ୟାଡର) ପ୍ରଭୁଦତ୍ତ ସାହୁ । ୩୦୦ ଟଙ୍କା  ମଜୁରିରେ ସେ ଚାଷୀ ଲକ୍ଷ୍ମୀକାନ୍ତ ପଧାନଙ୍କ  ଜମିରେ କାମ କରିଛନ୍ତି । ଦିନତମାମ ଜମିରୁ  ଘାସ ବାଛିବା, ପାଣିଦେବା ଭଳି କାର୍ଯ୍ୟ  କରିଛନ୍ତି । ଦରମା ନ ମିଳିଲେ ପରିବାର  ଚଳାଇବା ପାଇଁ ଆଗକୁ ମଧ୍ୟ ଏଭଳି ଛୁଟି  ନେଇ କାମ କରିବେ । ତା’ ଭିତରେ କୌଣସି  ଆଦେଶ ଦେଲେ ବି ଉତ୍ତର ଦେବାକୁ  ପ୍ରସ୍ତୁତ ବୋଲି ଶିକ୍ଷକ ଶ୍ରୀ ସାହୁ କହିଛନ୍ତି ।  ଅପରପକ୍ଷେ, ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷା  ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି  ହୋଇଥିବା କୁହାଯାଉଛି । ହେଲେ ଏ ନେଇ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

ସୂଚନାଯୋଗ୍ୟ, ପୁଇଁନ୍ତଳା ବ୍ଲକର  ୭୨ଜଣ ଏକ୍ସ-କ୍ୟାଡର ଶିକ୍ଷକଙ୍କୁ ୩ମାସ  ହେଲା ଦରମା ମିଳିନାହିଁ । ସମ୍ପୃକ୍ତ ଶିକ୍ଷକଙ୍କୁ  ଡିଜି-ଗଭ୍‌ ଆକାଉଣ୍ଟ ମାଧ୍ୟମରେ ବିଇଓଙ୍କ  ଜରିଆରେ ବେତନ ମିଳିଥାଏ । ବିଇଓଙ୍କ  କାର୍ଯ୍ୟାଳୟରେ ବୈଷୟିକ ତ୍ରୁଟି ଏବଂ ଅବ୍ୟବସ୍ଥା କାରଣରୁ ଦରମା ପ୍ରଦାନ ବିଳମ୍ବିତ  ହୋଇଛି । ଏ ସମ୍ପର୍କରେ ଶିକ୍ଷକମାନେ ବିଇଓଙ୍କୁ ଭେଟି  ଦାବି ଜଣାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା ।  ସବୁଆଡୁ ନିରାଶ ହେବା ପରେ ଗତ ବୁଧବାର ଶିକ୍ଷକ ଶ୍ରୀ ସାହୁ  ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖି ଛୁଟି ମାଗିଥିଲେ । ଦରମା ମିଳୁ  ନ ଥିବାରୁ ତାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ତେଣୁ ଗୁରୁବାର (୨୦  ତାରିଖ) ଦିନକ ପାଇଁ ମଜୁରି ଖଟିବାକୁ ଚାହୁଁଛନ୍ତି ଓ ଏଥିଲାଗି  ସ୍କୁଲରେ ଅନୁପସ୍ଥିତ ରହିବେ ବୋଲି ଦରଖାସ୍ତରେ ଉଲ୍ଲେଖ  କରିଥିଲେ । ପ୍ରଧାନଶିକ୍ଷକ ଛୁଟି ମଞ୍ଜୁର ପରେ ଗୁରୁବାର ସେ  ପରଜମିରେ ମୂଲ ଲାଗିଛନ୍ତି । ଏଭଳି ଘଟଣା ସାରା ରାଜ୍ୟରେ  ଆଲୋଡ଼ନ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.