ନୂଆଦିଲ୍ଲୀ ୦୯/୧୧ : ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ। ପଶ୍ଚିମବଙ୍ଗରେ ଧାରଣାରୁ ଖସିଲା ଯାତ୍ରୀବାହୀ ଟ୍ରେନ୍‌ । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା।

ସୂଚନା ଅନୁଯାୟୀ, ସାଲିମାର-ସିକନ୍ଦରାବାଦ୍‌ ସ୍ପେସାଲ୍‌ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନରେ ୩ଟି ବଗି ଧାରଣାରୁ ଖସିଥିବା ଜଣାପଡିଛି। ହାୱଡା-ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି। ସୂଚନା ପାଇ ଘଟଣା ସ୍ଥଳରେ ରେଳ ଅଧିକାରୀଙ୍କ ସମେତ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛନ୍ତି।