ମୁମ୍ୱାଇ : ବଲିଉଡ୍‌ର ସବୁଠୁ ଅଧିକ ସୁପରଷ୍ଟାରଙ୍କ କଥା ଯଦି କହିବା ତ , ଏଥିରେ ସଲମାନ ଖାନଙ୍କ ନାଁ ନିଶ୍ଚୟ ସାମିଲ ହେବ। ଦବଙ୍ଗ ଖାନ ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ସତ୍ତ୍ୱେ , ନିଜ କ୍ୟାରିୟର ନିଜେ ତିଆରି କରି ଥିଲେ। ସେ ୧୯୯୮ରେ ଆସିଥିବା ଫିଲ୍ମ ‘ ବିବି ହୋ ତୋ ଐସି’ରେ ସପୋର୍ଟିଂ ରୋଲ୍‌ କରି ଥିଲେ। ଏହାପରେ ସେ ସୂରଜ ବଡଜାତ୍ୟାଙ୍କର ଫିଲ୍ମ ମୈନେ ପ୍ୟାର୍ କିୟା ରେ ନଜର ଆସିଥିଲେ , ଯିଏ ସେହି ବର୍ଷ ରିଲିଜ ହୋଇଥିଲା। ଏହି ସିନେମାରେ ସେ ପ୍ରେମ୍‌ର ରୋଲ୍‌ କରିଥିଲେ। ତାଙ୍କ ସହ ସିନେମାରେ ଭାଗଶ୍ରୀ ମଧ୍ୟ ନଜର ଆସିଛି।

ଉଭୟଙ୍କର କେମେଷ୍ଟ୍ରୀକୁ ଲୋକେ ଖୁବ୍ ପସନ୍ଦ କରି ଥିଲେ। ଏବେ ବିଗ୍‌ବସ୍‌ -୧୮ର ଗ୍ରାଣ୍ଡ ପ୍ରିମିୟରରେ ଏହି ଖୁଲାସା ହୋଇଛି କି, ନିଜର ଲିଡ୍‌ ରୋଲ୍‌ରେ ଡେବ୍ୟୁ ଫିଲ୍ମ କରିବା ପରେ ଆକ୍ଟରଙ୍କ ପାଖରେ ପାଖାପାଖି ୮ ମାସ ଯାଏ କୌଣସି କାମ ନଥିଲା। ଏହି ସମୟରେ ସେ କୌଣସି ଫିଲ୍ମ ସାଇନ୍‌ କରି ନଥିଲେ। ଏହାପରେ ତାଙ୍କର ପାଖକୁ କିଛି ଏମିତି ଫିଲ୍ମ ଆସିଲା , ଯାହାକି ତାଙ୍କ କ୍ୟାରିୟର ହିଁ ବଦଳାଇ ଦେଇଥିଲା। 

ବିଗବସ୍‌ -୧୮ ଏହିଥର ପାଷ୍ଟ, ପ୍ରେଜେଣ୍ଟ ଓ ଫ୍ୟୁଚର ଉପରେ ରହିଛି। ଏଥିରେ ସର୍ବ ପ୍ରଥମେ ବିଗ୍‌ ବସ୍‌ ସଲମାନ ଖାନଙ୍କୁ ହିଁ ତାଙ୍କର ପାଷ୍ଟ ଓ ଫ୍ୟୁଚର ଦେଖାଇ ଥିଲା , ଯେଉଁଥିରେ ଅଭିନେତାଙ୍କ ସାମନାରେ ତାଙ୍କର ଯୁବକ ଓ ବୃଦ୍ଧାବସ୍ଥାର ଏଆଇ ଭର୍ସନ ଆସିଲା। ପୁଣି ତାଙ୍କ ପାଷ୍ଟର ଭର୍ସନ ସହ କଥାବାର୍ତ୍ତା କରି ଏହା ଖୁଲାସା ହୋଇଛି କି, ସେ ନିଜର ଡେବ୍ୟୁ ଫିଲ୍ମ ମୈନେ ପ୍ୟାର୍ କିୟା  ପରେ ପାଖାପାଖି ୮ ମାସ ଯାଏ କୌଣସି ଫିଲ୍ମ ସାଇନ କରି ନଥିଲେ। 

ସଲମାନ ଖାନ ଏହା ମଧ୍ୟ ସେୟାର କରିଛନ୍ତି କି ,  ତାଙ୍କ ପାଖକୁ ବାଘି , ପଥର କେ ଫୁଲ୍‌  ଓ ସାଜନ ଭଳି ଫିଲ୍ମ ଆସିଥିଲା , ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା। ହେଲେ ସେ ଦୋସ୍ତି ୟାରୀ ରେ କିଛି ଏମିତି ସିନେମା ମଧ୍ୟ କରି ଥିଲେ, ଯାହାର ସ୍କ୍ରିପ୍ଟ ତ ଠିକ୍ ଥିଲା, ହେଲେ ତାହା ଫ୍ଲପ୍‌ ହୋଇଗଲା। ଏହି ଫିଲ୍ମ ସୂର୍ଯ୍ୟବଂଶୀ ଓ ଲଭ୍ ଥିଲା।

ଏହାପରେ ସଲମାନ ଖାନ କେବେ ନିଜ କ୍ୟାରିୟରରେ ପଛକୁ ଆଉ ଫେରି ଚାହିଁ ନଥିଲେ ଏବଂ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। କହି ରଖୁଛୁ କି ଏବେ ଖୁବ୍‌ ଶୀଘ୍ର ଅଭିନେତାଙ୍କ ଫିଲ୍ମ ସିକନ୍ଦର ଆସିବାକୁ ଯାଉଛି, ଯେଉଁଥିରେ ସେ ରଶ୍ମିକା ମନ୍ଦାନାଙ୍କ ସହ ପ୍ରଥମ ଥର ସ୍କ୍ରିନ ସେୟାର କରିବାର ନଜର ଆସିବେ। ଅନ୍ୟପଟେ ତାଙ୍କର ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ ହେବ। ଏହା ବ୍ୟତୀତ ଅଭିନତାଙ୍କ ପାଖରେ କିକ୍‌-୨ ମଧ୍ୟ ରହିଛି।