ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ହତ୍ୟା ଧମକକୁ ନେଇ ମୁହଁ ଖୋଲିଲେ ସଲମାନ, କହିଲେ- ‘ଭଗବାନ ଯେତିକି ଲେଖିଛନ୍ତି, ସେତିକି ଦିନ ବଞ୍ଚିବି’

Published By : Krishna Priya | March 28, 2025 8:01 AM

ମୁମ୍ବାଇ ୨୮/୦୩: ଫିଲ୍ମ ‘ସିକନ୍ଦର୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି ଦବଙ୍ଗ ଖାନ୍‌ । ଗତ ବୁଧବାର ରାତିରେ ମୁମ୍ବାଇରେ ଫିଲ୍ମର ପ୍ରେସ୍‌ ସମ୍ମିଳନୀରେ ଗଣମାଧ୍ୟମର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ସଲ୍ଲୁ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ମିଳୁଥିବା ଧମକ ବିଷୟରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି । କହିଛନ୍ତି, ଭଗବାନ-ଆଲ୍ଲା ଯେତିକି ବୟସ ଲେଖିଛନ୍ତି, ସେତିକି ନିଶ୍ଚୟ ବଞ୍ଚିବି । ସୁରକ୍ଷା ବଢ଼ାଯିବାକୁ ନେଇ ସଲ୍ଲୁ କହିଛନ୍ତି, ବେଳେବେଳେ ଏତେ ଲୋକଙ୍କୁ ସାଙ୍ଗରେ ନେଇ ଯିବାରେ ସମସ୍ୟା ହେଉଛି । 

୨୦୨୩ରେ ଲରେନ୍ସ ଗ୍ୟାଙ୍ଗ୍‌ରୁ ଧମକ ମିଳିବା ପରେ ସଲ୍ଲୁଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ୍‌ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କରିଛନ୍ତି । ୧୧ ଜଣ ଯବାନ ସବୁବେଳେ ସଲ୍ଲୁଙ୍କ ସହ ରହୁଛନ୍ତି । ଜଣେ କିମ୍ବା ଦୁଇଜଣ କମାଣ୍ଡୋ ଓ ୨ ପିଏସ୍‌ଓ ମଧ୍ୟ ଏଥିରେ ସାମିଲ । ସଲ୍ଲୁଙ୍କ ଗାଡ଼ିକୁ ଆଗ-ପଛରୁ ସୁରକ୍ଷା ଦେବା ପାଇଁ ଦୁଇଟି ଗାଡ଼ି ସର୍ବଦା ଯାଏ । ସଲ୍ଲୁଙ୍କ ଗାଡ଼ି ମଧ୍ୟ ସମ୍ପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍‌ । ଜୀବନ ଉପରେ ବିପଦ ଥାଇ ସଲ୍ଲୁ ‘ସିକନ୍ଦର୍‌’ର ସୁଟିଂ ଶେଷ କରିଥିଲେ । ଫିଲ୍ମ ସେଟ୍‌ରେ ସୁରକ୍ଷା ବି ବଢ଼ାଯାଇଥିଲା । କୌଣସି ବାହାର ଲୋକଙ୍କୁ ସେଟ୍‌ ଭିତରକୁ ଅନୁମତି ନ ଥିଲା । ଆସନ୍ତା ୩୦ ତାରିଖରେ ରିଲିଜ୍‌ ହେବ ‘ସିକନ୍ଦର୍‌’ । ଫିଲ୍ମ ‘ଗଜନୀ’ର ନିର୍ଦ୍ଦେଶକ ଏଆର ମୁରୁଗଡସ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସଲ୍ଲୁଙ୍କ ସହ ରଶ୍ମିକା ମୁଖ୍ୟ ଭୂମିକାରେ ଅଛନ୍ତି । କାଜଲ ଅଗ୍ରୱାଲ, ଶରମନ ଯୋଶୀ ଓ ପ୍ରତୀକ ବବ୍ୱର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 

ଫିଲ୍ମର ଅଗ୍ରୀମ ବୁକିଂ ଗତ ୨୫ ତାରିଖରୁ ଆରମ୍ଭ ହୋଇସାରିଛି । ରଶ୍ମିକା ଓ ସଲ୍ଲୁଙ୍କ ମଧ୍ୟରେ ୩୧ ବର୍ଷର ତାରତମ୍ୟ ରହିଛି । ଏ ବିଷୟରେ ସେ ଗଣମାଧ୍ୟମକୁ କହିଛନ୍ତି, ବୟସ ତାରତମ୍ୟକୁ ନେଇ ଲୋକେ ଏତେ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଯେ ଆଗାମି ଦିନରେ ଜାହ୍ନବୀ କପୁର ଓ ଅନନ୍ୟା ପାଣ୍ଡେଙ୍କ ଭଳି କମ୍‌ ବୟସର ଅଭିନେତ୍ରୀଙ୍କ ସହ କାମ କରିବାକୁ ତାଙ୍କୁ ୧୦ ଥର ଭାବିବାକୁ ପଡ଼ିବ । ତା’ପରେ ବି କାମ କରିବେ ବୋଲି ସେ କହିଲେ । ଇତିମଧ୍ୟରେ ଆମିର ଖାନ୍‌ ନିଜର ନୂଆ ଗର୍ଲଫ୍ରେଣ୍ଡ୍‌ଙ୍କ ନାଁ ଗଣମାଧ୍ୟମ ସାମ୍ନାକୁ ଆଣିଲେ, ଯାହାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । ପ୍ରେସ୍‌ ମିଟ୍‌ରେ ସଲ୍ଲୁଙ୍କୁ ପଚରାଗଲା, ଶାହରୁଖ ଓ ଆମିର ଉଭୟଙ୍କୁ ଗୌରୀ ମିଳିଗଲା, ଆପଣଙ୍କୁ ଆପଣଙ୍କ ଗୌରୀ କେବେ ମିଳିବ? ଏଥିରେ ହସି ସଲ୍ଲୁ କହିଲେ, ଗୌରୀ ବ୍ୟତୀତ ଅନେକ ନାଁ- ମୀନା, ଭାରତୀ ମଧ୍ୟ ଅଛି ।

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.