ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨୫ଲକ୍ଷରେ ହୋଇଥିଲା ସଲମାନଙ୍କ ଏହି ଫିଲ୍ମ, ବକ୍ସ ଅଫିସରେ କରିଥିଲା ୧୨କୋଟିର କଲେକ୍ସନ

Published By : Gurupada Nath | February 27, 2025 7:14 PM

ମୁମ୍ବାଇ, ୨୭/୨ :  ସଲମାନ୍ ଖାନ ଏବେ ତାଙ୍କର ଅପକମିଂ ଫିଲ୍ମ ସିକନ୍ଦରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ସିକନ୍ଦର ବଡ଼ ବଜେଟର ଫିଲ୍ମ ଅଟେ ଏବଂ ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି । ସିକନ୍ଦର ହିଟ୍ ହେବାର ଭବିଷ୍ୟବାଣୀ ଏବେଠାରୁ କରାଗଲାଣି । ସଲମାନ ଖାନଙ୍କ ନାଁରେ ବହୁ ଫିଲ୍ମ ହିଟ୍ ହେବାର ରେକର୍ଡ଼ ରହିଛି । ତାଙ୍କର ଏକ ଛୋଟ ବଜେଟ ଫିଲ୍ମ ଅଛି ଯାହା ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ତାହା ବକ୍ସ ଅଫିସରେ ବଜେଟଠାରୁ ବହୁ ଗୁଣା ଅଧିକ କଲେକ୍ସନ କରିଥିଲା । ଏହି ଫିଲ୍ମ ସଲମାନ ଖାନଙ୍କ ତୃତୀୟ ହିଟ୍ ସାବ୍ୟସ୍ତ ହୋଇଥିଲା । ଆସନ୍ତୁ ଜାଣିବା ସଲମାନଙ୍କ ଏହି ଫିଲ୍ମ ବିଷୟରେ ।

ସଲମାନଙ୍କ ଯେଉଁ ଛୋଟ ବଜେଟର ଫିଲ୍ମ ବିଷୟରେ ଆମେ କଥା ହେଉଛେ ତା’ର ନାଁ ହେଉଛି ସନମ ବେଓ୍ବଫା ଅଟେ । ସନମ ବେଓ୍ବଫା ୧୯୯୧ରେ ଆସିଥିଲା । ସନମ ବେଓ୍ବଫା ସଲମାନ ଖାନଙ୍କ କ୍ୟାରିୟରକୁ ଏକ ଶିଖର ପର୍ଯ୍ୟନ୍ତ ନେଇଯାଇଥିଲା । ଫିଲ୍ମର କାହାଣୀ ସହ ଏହାର ଗୀତକୁ ବି ବହୁତ ପସନ୍ଦ କରାଯାଇଥିଲା ।

ସଲମାନଙ୍କ ଫିଲ୍ମ ସନମ ବେଓ୍ବଫା ୨୫ଲକ୍ଷ ବଜେଟରେ ନିର୍ମାଣ ହୋଇଥିଲା । ମାତ୍ର ଏହି ଫିଲ୍ମ ବକ୍ସ ଅଫିସରେ ୧୨କୋଟିର କଲେକ୍ସନ କରିଥିଲା । ୯୦ଦଶକରେ ଏହା ଶାନଦାର୍ କଲେକ୍ସନ କରିଥିବା ଫିଲ୍ମରୁ ଗୋଟିଏ । ସଲମାନ୍ ଖାନ ଏହି ଫିଲ୍ମ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଚାନ୍ଦନୀ, ପ୍ରାଣ, ଡ୍ୟାନୀ ଡେନ୍ଜୋଗପା, ପୁନୀତ ଇସ୍ସର, କଞ୍ଚନ, ପଙ୍କଜ ଧୀର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମକୁ ସାବନ କୁମାର ତକ ନିର୍ଦେଶନା ଦେଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.