ମୁମ୍ୱାଇ : ସଲମାନ ଖାନ ଓ ଐଶ୍ୱର୍ଯ୍ୟ ରାୟଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ’, ସଞ୍ଜୟ ଲୀଳା ଭନସାଲୀଙ୍କ ଲୋକପ୍ରିୟ ଓ ହିଟ୍ ରୋମାଣ୍ଟିକ୍ ଫିଲ୍ମ ମଧ୍ୟରୁ ଗୋଟିଏ। ଉକ୍ତ ଫିଲ୍ମରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ କେମେଷ୍ଟ୍ରୀକୁ ସିନେପ୍ରେମୀ ଖୁବ୍ ପ୍ରଶଂସା କରିଥିଲେ। ୧୯୯୯ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମଟି କେବଳ ଏହାର କାହାଣୀ ନୁହେଁ ଏହାର ଗୀତ ମଧ୍ୟ ସୁପରହିଟ୍ ଥିଲା। ଏମିତି କି ଆଜିସୁଦ୍ଧା ଫିଲ୍ମର ଗୀତ ପ୍ରଶଂସକଙ୍କ ହୃଦୟରେ ରହି ଯାଇଛି। ଏବେ ମ୍ୟୁଜିକ କମ୍ପୋଜର ଇସ୍ମାଇଲ ଦରବାର ନିଜର ଗୀତ ତଡପ-ତଡପ୍ କୁ ନେଇ କହିଛନ୍ତି ଯେ, କେମିତି ସଲମାନ ସେହି ସମୟରେ ସତରେ କାନ୍ଦୁ ଥିଲେ।

ଫିଲ୍ମଜ୍ଞାନ ସହ କଥା ହୋଇ ଇସ୍ମାଇଲ ଦରବାର କହିଛନ୍ତି , ଦିନେ ସଞ୍ଜୟ ଗୀତ ଶୁଣି ଥିଲେ ଏବଂ କିଛି ସାଉଣ୍ଡ ଥିଲା ଷ୍ଟ୍ରଙ୍ଗ୍ ୱାର୍ଡ୍ସ ସହ । ହଠାତ୍ ସମସ୍ତେ ଚୁପ୍ ହୋଇ ଗଲେ। ମୁଁ ପଚାରିଲି ଭାଇ କଣ ହୋଇଗଲା ? ଏହା ଉପରେ ସଲମାନ କହିଥିଲେ – ଯେତେବେଳେ ବି ମୁଁ ଏହି ଗୀତକୁ ଶୁଣେ ,ସେତେବେଳେ ମୋତେ ବହୁତ ଯନ୍ତ୍ରଣା ଅନୁଭବ ହୁଏ। ପ୍ଲିଜ୍ ଏହାକୁ ମୋ ସାମ୍ନାପେ ପ୍ଲେ କର ନାହିଁ।

ଇସ୍ମାଇଲ ଦରବାର ଆହୁରି କହିଛନ୍ତି , ମୁଁ ସଲମାନଙ୍କୁ ଖୁବ୍ ରେଷ୍ଟଲେସ୍ ଦେଖିଲି ସେହି କ୍ଷଣରେ। ମୁଁ ସଲମାନଙ୍କୁ ଖୁବ୍ ଜୋରରେ କାନ୍ଦିବାର ଓ ଚିତ୍କାର କରିବାର ଦେଖିଛି। ମୁଁ ତାଙ୍କର ସେହି ଦୁଃଖକୁ ପରଖିଛି।

କହି ରଖୁଛୁ କି , ଏହା ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଭନସାଲୀ କହିଥିଲେ ଯେ,ସେଟରେ ଖୁବ୍ ଲଭିଂ ପରିବେଶ ଥିଲା , କେବଳ ଖାଲି ରୋମାନ୍ସ ନଥିଲା। ସେ କହିଥିଲେ , ସେଠାରେ ଭଲ ପାଇବା ଥିଲା , କେବଳ ତାଙ୍କ ମଧ୍ୟରେ ନୁହେଁ , ଆମ ସମସ୍ତଙ୍କ ମଧ୍ୟରେ ଖୁବ୍ ଆଫେକ୍ସନ ଥିଲା। ଜୋହରା ସହଗଲ ଜୀ , ହେଲନ ଆଣ୍ଟି, ସଲମାନ ଖାନ , ଐଶ୍ୱର୍ଯ୍ୟା ରାୟ , ବିକ୍ରମ ଗୋଖଲେ, ସ୍ମତି ଜୟକାର ଆଦି ସମସ୍ତେ ଏକ ବଡ଼ ପରିବାର ଭଳି ଥିଲୁ। ମୋର ମନେହେଉ ନାହିଁ ଯେ, ଏମିତି ଏକ୍ସପେରିୟନ୍ସ ମୋତେ କେବେ କୌଣସି ଦ୍ୱିତୀୟ ଫିଲ୍ମରେ ମିଳିଥିବ।

ଉଲ୍ଲେଖନୀୟ ଯେ, ଏହି ଫିଲ୍ମ ପରେ ସଲମାନ ଓ ଐଶ୍ୱର୍ଯ୍ୟା କେବେ ଏକାଠି କାମ କରି ନାହାନ୍ତି। ୨୦୧୨ ମସିହାରେ ସିମି ଗ୍ରେୱାଲଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଐଶ୍ୱର୍ଯ୍ୟ କହିଥିଲେ – ମୁଁ ଏହାକୁ ନେଇ ଖୁବ୍ ନିରବ ରହିଥିଲି ଏବଂ ମୋ ମତରେ ମୁଁ କେବେ ଏହି ବିଷୟରେ କହିବି , ବିଶେଷକରି କୌଣସି ପବ୍ଲିକ ପ୍ଲାଟଫର୍ମରେ। ମୁଁ ଏହା କେବେ ବି କରିବି ନାହିଁ।

ସଲମାନ ଓ ଐଶ୍ୱର୍ଯ୍ୟାଙ୍କର ପ୍ରଫେସନାଲ ଲାଇଫ୍ କଥା ଯଦି କହିବା ତ ସଲମାନ ଶେଷ ଫିଲ୍ମ ସିକନ୍ଦରରେ ନଜର ଆସିଥିଲେ । ଏବେ ସେ ‘ମାତୃଭୂମି’ରେ ଆସିବେ। ଏଥିରେ ତାଙ୍କ ସହ ଚିତ୍ରାଙ୍ଗଦା ସିଂହ ଲିଡ୍ ରୋଲରେ ଅଛନ୍ତି। ହେଲେ ଏବେ ଏହାର ରିଲିଜ ଡେଟର ଘୋଷଣା ହୋଇ ନାହିଁ।

ଏହା ବ୍ୟତୀତ ସେ ସାଉଥର ଷ୍ଟାର ଅଭିନେତ୍ରୀ ନୟନ୍ତାରାଙ୍କ ସହ ମଧ୍ୟ ନଜର ଆସୁଛନ୍ତି। ହେଲେ ଏବେ ଫିଲ୍ମର ନାମକୁ ନେଇ କୌଣସି ଅପଡେଟ୍ ଆସି ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ସଞ୍ଜୟ କପୁରଙ୍କ ପୂଣ୍ୟତିଥିରେ ଇମୋଶନାଲ ହେଲେ କରିଶ୍ମା, ଇନଷ୍ଟାଗ୍ରାମରେ ସେୟାର କଲେ ପୋଷ୍ଟ