ମୁମ୍ୱାଇ : ସଲମାନ ଖାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସୋମୀ ଅଲୀ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ମିଳୁଥିବା ଧମକକୁ ନେଇ, ଲରେନ୍ସ ବିଷ୍ଣୋଇ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି, ସେ ଲରେନ୍ସ ବିଷ୍ଣୋଇ ସହ କାହିଁକି କଥା ହେବାକୁ ଚାହୁଁ ଥିଲେ। ସେ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ଶାନ୍ତି ପାଇଁ ଓ କଥାବାର୍ତ୍ତାକୁ ଆଗକୁ ବଢାଇବାକୁ ଥିଲା। ସେ ଫିଲ୍ମ ଷ୍ଟାରଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସୋସୀ ଅଲୀ ୧୯୯୩ ମସିହାରେ ହୋଇଥିବା ଏକ ଦୁର୍ଘଟଣାର କଥା ମଧ୍ୟ କହିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ସହ ବିଶେଷ କଥାବାର୍ତ୍ତାରେ ସୋମୀ ଅଲୀ କହିଛନ୍ତି, ସଲମାନ ଖାନଙ୍କୁ ମିଳୁଥିବା ଜୀବନରେ ମାରିବାର ଧମକ ବାସ୍ତବରେ ଚିନ୍ତାଜନକ ଥିଲା ଏବଂ ଯେବେ ମୁଁ ଲରେନ୍ସ ବିଷ୍ଣୋଇ ସହ କଥା ହେବାକୁ ଇଚ୍ଛା ପ୍ରକାଶ କଲି ତ ମୋର ଉଦ୍ଦେଶ୍ୟ କୌଣସି ଶତ୍ରୁତାକୁ ବୃଦ୍ଧି କରାଇବାକୁ ନଥିଲା, ବରଂ ଶାନ୍ତି ଓ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରିବାର ଥିଲା। ୯୦ଦଶକର ତୁଳନାରେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀ ସଂପୂର୍ଣ୍ଣ ବଦଳି ଯାଇଛି, କିନ୍ତୁ ସୁରକ୍ଷା ସର୍ବଦା ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ମହିଳାଙ୍କ ସୁରକ୍ଷା। ମୋତେ କେବେ ସିଧା ଧମକ ମିଳିନାହିଁ, କିନ୍ତୁ ଏମିତି ଅନେକ ଘଟଣା ହୋଇଛି, ଯାହାକି ମୁଁ ଅସହଜ ମନେ କରିଛି।
ସୋମୀ ଅଲୀ କହିଛନ୍ତି , ଏମିତି ହିଁ ଏକ ଘଟଣା ମାର୍ଚ୍ଚ ୧୯୯୩ରେ ହୋଇଥିଲା, ଯେବେ ମୁଁ ଓ ଶ୍ରୀଦେବୀ ମୁମ୍ୱାଇର ସିରାକ ହୋଟେଲରେ ରହିଥିଲୁ , ଆମକୁ ଯେତେ ଶୀଘ୍ର ସେହି ହୋଟେଲରୁ ବାହାର କରାଯାଇ ଥିଲା। ଏହାର ଏକ ସପ୍ତାହରେ ସେହି ହୋଟେଲକୁ ଟାର୍ଗେଟ୍ କରାଗଲା। ଏହାପରେ ମୁଁ ପୂରା ଭୟଭୀତ ହୋଇ ଯାଇଥିଲି। ଏମିତି କ୍ଷଣ ଆମକୁ ମନେପକାଇ ଦେଉଛି କି, ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆମର ସୁରକ୍ଷା କେତେ ଜରୁରୀ।
କହି ରଖୁଛୁ କି, ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଧମକ ମିଳୁଛି। ଏହାକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। ସଲମାନଙ୍କ ଘର ଉପରକୁ ଫାୟାରିଂର ଘଟଣା ମଧ୍ୟ ବିତି ସାରିଛି। ଏହି ସପ୍ତାହରେ ବିଗ୍ ବସ୍ -୧୮ର ଶୋ’ ସଲମାନ ଖାନ କଡ଼ା ସୁରକ୍ଷାରେ ସୁଟ୍ କରିଛନ୍ତି।