ନ୍ୟୁୟର୍କ,୨୨/୦୨: ୨୦୨୨ରେ ନ୍ୟୁୟର୍କର ପ୍ରସିଦ୍ଧ ଲେଖକ ସଲମାନ ଋଶଦୀଙ୍କ ଉପରକୁ ଆଟାକ୍ ହୋଇଥିଲେ । ଘଟଣାର ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ ହୋଇଛି । ୨ ଘଣ୍ଟା ଶୁଣାଣି ପରେ ଦୋଷୀକୁ ୩୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟୁୟର୍କ କୋର୍ଟ । ନ୍ୟୁଜର୍ସିର ଜଣେ ବ୍ୟକ୍ତି ୨୦୨୨ରେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଲେଖକ ସଲମାନ ଋଷଦୀଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲା । ମାମଲାରେ ହତ୍ୟା ଅଭିଯୋଗରେ  ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ ହୋଇଛି ।

ଅଭିଯୁକ୍ତର ନାମ ହାଦି ମତାର । ତାଙ୍କ ବୟସ ୨୭ ବର୍ଷ । ଚୌଟାଉକ୍ବା ଅଦାଲତ ଶୁକ୍ରବାର ମାମଲାର ଶୁଣାଣି କରି ଆକ୍ରମଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩୨ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି । ଆସନ୍ତା ୨୩ ତାରିଖରୁ ସଜା ସମୟ ଆରମ୍ଭ ହେବ । ୨୦୨୨ ଅଗଷ୍ଟ ୧୨ ତାରିଖରେ ଲେଖକ ସଲମାନ ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଞ୍ଚରେ ଉପସ୍ଥିତ ଥିଲେ । ଏହି ସମୟରେ ଅଭିଯୁକ୍ତି ଛୁରୀରେ ୧୦ ଥର ଆକ୍ରମଣ କରିଥିଲା । ଏଥିରେ ଆମେରିକାର ପ୍ରସିଦ୍ଧ ନୋବୋଲିଷ୍ଟ ୭୭ ବର୍ଷୀୟ ସଲମାନ ଗୁରୁତର ଆହତ ହୋଇଥିଲେ । ଡାହାଣ ଆଖି ଦୃଷ୍ଟି ଶକ୍ତି ହରାଇଥିଲେ ।

ଅଧିକ ପଢନ୍ତୁ...ବିଲାବଲ ଭୁଟ୍ଟୋଙ୍କ ବୟାନରେ ପାଶ୍ଚାତ୍ୟ ରାଷ୍ଟ୍ରକୁ ସମାଲୋଚନା; ସାମରିକ ପରିବର୍ତ୍ତନକୁ ନେଇ ଦେଇଥିଲେ ପ୍ରତିକ୍ରିୟା

ଇରାନ କନେକ୍ସନକୁ ନେଇ କଣ କହିଲେ କୋର୍ଟ ? ପ୍ରସିଦ୍ଧ ଲେଖର ସଲମାନ୍ ଋଶଦୀ ୧୯୮୮ରେ 'ଦ ସୈଟେନିକ ବର୍ସିଜ' ନାମକ  ଏକ ବହି ଲେଖିଥିଲେ । ଯାହା ଖୁବ ଚର୍ଚ୍ଚାରେ ଥିଲା । ଅନେକ ଲୋକ ଏହି ପୁସ୍ତକକୁ ବିରୋଧ କରିଥିଲେ । ଏହା ସହିତ ଇରାନ ନେତା ଅୟାତୁଲ୍ଲା ଖୁମେନୀ ଋଶଦୀଙ୍କ ବିରୋଧରେ ଫତୱା ଜାରି କରିଥିଲେ । ସଲମାନ ଏହି ବହି ଲେଖିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଥିଲା ।

ବୁକର ପୁରସ୍କରା ବିଜେତା ସଲମାନଙ୍କ ଆକ୍ରମଣକାରୀ ହାଦି ମତାର ଭାରତରେ ଜନ୍ମ । ତା ପାଖରେ ଦୋହରି ନାଗରିକାତା ଥିଲା । ୧୯୮୮ରେ 'ଦ ସୈଟେନିକ ବର୍ସିଜ' ନାମକ ପୁସ୍ତକ ପାଇଁ ସେ ତାଙ୍କ ଉପରେ ଆଟାକ୍ କରିଥିବା କହିଥିଲା ।