ନୂଆଦିଲ୍ଲୀ,୨୩/୦୬: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ଉପରେ ଆକ୍ସନ ନେଲା ସମାଜବାଦୀ ପାର୍ଟି । ଦଳରୁ ୩ ବିଧାୟକଙ୍କୁ ବିଦା କରିଛି ଏସପି । ବିଧାୟକ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ ଦଳରୁ ବହିଷ୍କୃତ ହୋଇଛନ୍ତି । ସେମାନଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆକ୍ସନ ନେଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଆକ୍ସନ ନେଇଛନ୍ତି ଏସପି ମୁଖ୍ୟ ଅଖିଳେଶ ଯାଦବ ।
ସମାଜବାଦୀ ପାର୍ଟି ଦଳ ବିରୋଧୀ ଗତିବିଧି ନେଇ ୩ ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇଛି । ବହିଷ୍କୃତ ବିଧାୟକଙ୍କ ମଧ୍ୟରେ ଗୋଶାଇଗଞ୍ଜ ବିଧାୟକ ଅଭୟ ସିଂହ, ଗୌରୀଗଞ୍ଜ ବିଧାୟକ ରାକେସ ସିଂହ ଓ ଉଚାହାର ବିଧାୟକ ମନୋଜ ପାଣ୍ଡେ ସାମିଲ ଅଛନ୍ତି । ଦଳ ବିଧାୟକଙ୍କ ଉପରେ ସାମ୍ପ୍ରତିକ ଏବଂ ବିଭାଜନକାରୀକୁ ବଢାଉଥିବା ସହ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବା ବିରୋଧୀ ଏବଂ ବ୍ୟାପାର ବିରୋଧୀ ନୀତିକୁ ସମର୍ଥନ କରୁଥିବା ଅଭିଯୋଗ ରହିଛି ।
ସମାଜବାଦୀ ପାର୍ଟି ତାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି, ସମାଜବାଦୀ ପାର୍ଟି ସୌହାର୍ଦ୍ଦପୂର୍ଣ୍ଣ ସକାରାତ୍ମକ ବିଚାରଧାରା ରଖୁଥିବା ରାଜନୈତିକ ଦଳ । ସାମ୍ପ୍ରଦାୟିକ ବିଭାଜନକାରୀ ନକାରାତ୍ମକତା ଚାଷୀ, ମହିଳା, ଯୁବା, କାରବାର ଏବଂ ପିଡିଏ ବିରୋଧୀ ବିଚାରଧାରାକୁ ସମର୍ଥନ କରୁଥିବାରୁ ଦଳ ୩ ବିଧାୟକଙ୍କୁ ବହିଷ୍କାର କରୁଛି ।
Samajwadi Party (SP) expels party MLAs Abhay Singh, Rakesh Pratap Singh and Manoj Kumar Pandey "due to their communal divisive negativity and their support to anti-farmer, anti-women, anti-youth, anti-business, anti-working professionals and 'anti-PDA' ideology" pic.twitter.com/1IC52OVLHY
— ANI (@ANI) June 23, 2025
'ସୁଧୁରିବାକୁ ସୁଯୋଗ ଦିଆଯାଇଥିଲା'- ସମାଜବାଦୀ ପାର୍ଟି ସ୍ପଷ୍ଟ କରିଛି କି, ''ତାର ମୂଳ ବିଚାରଧାରା ବିରୋଧରେ କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଦଳ ବିରୋଧୀ କାର୍ଯ୍ୟରେ ସାମିଲ କାହାକୁ ବି ଛଡ଼ା ଯିବ ନାହିଁ । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବହିଷ୍କୃତ ବିଧାୟକଙ୍କୁ ସୁଧିରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ସୁଧିରିବାରେ ବିଫଳ ହେଲେ । ତେଣୁ ଏହି ଆକ୍ସନ ନିଆଯାଇଛି ।''