ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାମନ୍ଥାଙ୍କ ବାପାଙ୍କ ଦେହାନ୍ତ, ପୋଷ୍ଟ କରି ଜଣାଇଲେ ଅଭିନେତ୍ରୀ

Published By : Anindita Ratha | November 30, 2024 9:48 AM

ମୁମ୍ବାଇ,୩୦/୧୧: ବର୍ତ୍ତମାନ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଉପରେ ଏକ ଦୁଃଖର ବାଦଲ ଛାଇଯାଇଛି । ଅଭିନେତ୍ରୀଙ୍କ  ପିତା ଜୋଶେଫ ପ୍ରଭୁଙ୍କ ହୋଇଛି ଦେହାନ୍ତ। ଏନେଇ  ଅଭିନେତ୍ରୀ ସାମନ୍ଥା ରୁଥ୍ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ତେବେ ଜୋଶେଫଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ତେବେ ତାଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ କଳାକାର, ବନ୍ଧୁ, ପରିଜନ ଓ ଅଗଣିତ ପ୍ରଶଂସକମାନେ ସାମନ୍ଥାଙ୍କୁ  ସମବେଦନା ଜଣାଇଛନ୍ତି । 

ଜୋଶେଫ ପ୍ରଭୁ ଓ ନିନେଟ୍ଟେ ପ୍ରଭୁଙ୍କ ଝିଅ   ସାମନ୍ଥା ଚେନ୍ନାଇରେ ଜନ୍ମଲାଭ କରିଥିଲେ । ପୂର୍ବରୁ ଏକ ସାକ୍ଷାତକାର ଅବସରରେ ସାମନ୍ଥା ପିତାଙ୍କ ସହ ଥିବା ନିବିଡ଼ ସମ୍ପର୍କକୁ ନେଇ ଖୁଲାସା କରିଥିଲେ । ତାଙ୍କ ପିତା ସର୍ବଦା ତାଙ୍କ ପାଇଁ ପ୍ରେରଣାଦାତାର ଭୂମିକା ନିର୍ବାହ କରିବା ସହ ତାଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ସହାୟକ ହୋଇଥିବା ସାମନ୍ଥା ପ୍ରକାଶ କରିଥିଲେ । ଏନେଇ ସାମନ୍ଥା ପିତାଙ୍କ ସହ ଅତୀତରେ ବିତାଇଥିବା କିଛି ଗୌରମବୟ ମୁହୂର୍ତ୍ତକୁ ମନେପକାଇଛନ୍ତି ।  ସୂଚନାଯୋଗ୍ୟ ଯେ, ନାଗା ଚୈତନ୍ୟଙ୍କୁ ଅଲଗା ହେବାର ୧ ବର୍ଷ ପରେ  ଜୋଶେଫ ୨୦୨୨ରେ ସାମନ୍ଥାଙ୍କର ବିବାହ ସମୟର ଫଟୋ ଫେସବୁକରେ ସେୟାର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.